Major Blow to AAP in Punjab: ବିଜେପିର ସୁଚିନ୍ତିତ ମାଇଣ୍ଡ ଗେମ୍ ନା ଦୋହଲୁଛି ଆପ୍‌ର ଭିତ୍ତିଭୂମି?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଏକ ଜୋରଦାର୍ ଝଟକା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଦଳର ୩ ଜଣ ଟାଣୁଆ ବିଧାୟକ ‘ଝାଡୁ’ ଛାଡି ଧରିଛନ୍ତି ‘ପଦ୍ମ’ ଫୁଲ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ଠିକ୍ ଗୋଟିଏ ଦିନ ପରେ, ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ୩ ନେତା ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ ଏମିତି କ’ଣ ହେଲା ଯେ କ୍ଷମତାରେ ଥାଇ ବି ଦଳ ଛାଡିଲେ ଏହି ତିନି ବିଧାୟକ?

ପ୍ରଥମେ ଜାଣନ୍ତୁ ଏହି ବିଧାୟକମାନେ କିଏ? ସେମାନେ ହେଲେ- ସନୌରରୁ ହରମିତ୍ ସିଂ ପଠାନମାଜରା, ସମାନାରୁ ଚେତନ ସିଂ ଜୌରାମାଜରା ଏବଂ ଅମୃତସର ନର୍ଥରୁ କୁଅଁର ବିଜୟ ପ୍ରତାପ ସିଂ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦଳ ଛାଡିବା ପଛରେ ରହିଛି ୩ଟି ମୁଖ୍ୟ କାରଣ- ବିବାଦ, ଦଳ ଭିତରେ ଅଣଦେଖା ଏବଂ ତୀବ୍ର ଅସନ୍ତୋଷ ।

କୁହାଯାଉଛି ଯେ ଆସନ୍ତା ୨୦୨୭ ନିର୍ବାଚନରେ ଆପ୍ ପକ୍ଷରୁ ଏହି ନେତାମାନଙ୍କୁ ଟିକେଟ୍ ମିଳିବାର ସମ୍ଭାବନା ଏକପ୍ରକାର କ୍ଷୀଣ ହୋଇଯାଇଥିଲା । ଟିକେଟ୍ କଟିବା ଭୟରେ ହିଁ ଏମାନେ ସୁରକ୍ଷିତ ଠିକଣା ଖୋଜି ବିଜେପିର ହାତ ଧରିଛନ୍ତି ।

ଅନ୍ୟପଟେ ଏହି ବଡ଼ ବିଦ୍ରୋହ ପରେ ବି ଆମ୍ ଆଦମୀ ପାର୍ଟି ଦମ୍ଭ ଦେଖାଇ କହୁଛି ଯେ ଏହି ନେତାଙ୍କ ପ୍ରସ୍ଥାନ ଦ୍ୱାରା ୨୦୨୭ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ ବିଜେପିର ଖେଳ କିଛି ଅଲଗା । ବିଜେପି ଏହି ତିନି ନେତାଙ୍କୁ ସେହି ସମାନ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ଏକପ୍ରକାର ସବୁଜ ସଙ୍କେତ ଦେଇସାରିଛି। ସବୁଠୁ ବଡ଼ ଟ୍ୱିଷ୍ଟ ହେଉଛି ବିଜେପି ନେତାଙ୍କ ସେହି ଇସାରା, ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ଏହା ତ କେବଳ ଆରମ୍ଭ, ଆଗକୁ କ୍ଷମତାସୀନ ଆପ୍‌ର ଆହୁରି ଅନେକ ବିଧାୟକ ପଦ୍ମ କ୍ୟାମ୍ପରେ ସାମିଲ ହେବାକୁ ଲାଇନ୍‌ରେ ଅଛନ୍ତି ।

କ’ଣ ଏହା ପଞ୍ଜାବରେ ଆପ୍ ସରକାରଙ୍କ ପତନର ଆରମ୍ଭ? ନା ବିଜେପିର ଏକ ସୁଚିନ୍ତିତ ମାଇଣ୍ଡ ଗେମ୍? ସମୟ କହିବ ପଞ୍ଜାବରେ କିଏ ଜିତିବ ରାଜନୈତିକ ମହାସମର।

aam aadmi partyarvind kejriwalBJPbjp vs apppunjab politics
Comments (0)
Add Comment