ପୁଇଁତଲା ବ୍ଳକସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

ବଲାଙ୍ଗୀର: ପୁଇଁତଲା ବ୍ଳକ ବୁବେଲଠାରେ ବିଜୁ ଜନତାଦଳ ବ୍ଳକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଓ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଜନ୍ମରୁ ମୃତ୍ୟୁଯାଏ ଯୋଜନା କରିଛନ୍ତି । ଯୋଜନାର ସୁଫଳ ପାଇଁ ସରପଞ୍ଚ, ସମିତି, ବ୍ଳକ ଅଧକ୍ଷ ଓ ଜିଲ୍ଲା ପରିଷଦ ଆସନରେ ଉପଯୁକ୍ତ ପ୍ରତିନିଧି ନିର୍ବାଚିତ ହେବା ଦରକାର । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ କର୍ମୀଙ୍କୁ ଏକଜୁଟ ହୋଇ ଲଢେଇ ପାଇଁ ଆହ୍ୱାନ ଦେଇଥିଲେ । ବ୍ଳକ ବିଜେଡି ସଭାପତି ବିଷ୍ଣୁ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦେବରାଜ ଅମାତ, ଶୁରେଶ ନାଏକ, ପାଣ୍ଡବ କୁମ୍ଭାର ପ୍ରମୁଖ ମଞ୍ଚାସୀନ ବିଜେଡି ନେତାନେତ୍ରୀ ନିଜ ନିଜ ବକ୍ତବ୍ୟରେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ, ମିଶନ ଶକ୍ତି ସଂପର୍କରେ ସୂଚନା ଦେଇ ନାରୀଶକ୍ତି ସହଯୋଗ ଓ ସମର୍ଥନ କାମନା କରିଥିଲେ ।

Comments (0)
Add Comment