ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବୀ କରିଲ ଜିଲ୍ଲା ପ୍ରଶାସନ

ସମ୍ବଲପୁର : ସ୍ଥାନୀୟ ବୈଜାମୁଣ୍ଡା ସ୍ଥିତ ସମନ୍ମିତ ଭିତିଭୂମି ପରିସରରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର ମିଳିତ ଆନୁକୁଲ୍ୟରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଈ-ରିକ୍ସା ଦିଆଯାଇଛି। ସେଥିମଧ୍ୟରୁ ଯୁଯୁମରା ଵ୍ଲକରୁ ୫ ଜଣ, ଧନକଉଡା ବ୍ଲକରୁ ଜଣେ, ମାନେଶ୍ଵର ବ୍ଲକରୁ ୨ ଜଣ, ନାକଟିଦେଉଳ ବ୍ଲକରୁ ୨ ଜଣ ଓ ସମ୍ବଲପୁର ସଦର ଅଞ୍ଚଳରୁ ୫ ଜଣ ହିତାଧିକାରୀଙ୍କୁ ଏହି ସାହାଜ୍ଯ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ ମେଡ଼ିକାଲ ଭୀମସାରରୁ ସୁପେରିଟେଣ୍ଡେଣ୍ଟ ଡ. ଲାଲମୋହନ ନାୟକ,ପ୍ରଶାସକନିକ ଅଧିକାରୀ ସୁଦର୍ଶନ ସୋଏ,ଏମସିଏଲ ସିଏସଆର ମ୍ୟାନେଜର ଏସ.କେ ସିଶା, ଅରବିନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ପ୍ରମୂଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତା କରିବା ସହ ଭିନ୍ନକ୍ଷମ ମାନେ ନିଜକୁ ଆତ୍ମନିର୍ଭର କରିବାରେ ଈ-ରିକ୍ସାର ପ୍ରଚଳନ ଏକ ସମଉପଯୋଗୀ ପଦକ୍ଷେପ ବୋଲି ବର୍ଣନା କରିଥିଲେ। ଏହି ଉଦ୍ୟମ ପାଇଁ ନବରତ୍ନ କୋଇଲା କମ୍ପାନୀ ଏମସିଏଲର ସହଯୋଗ ପାଇଁ ଜିଲ୍ଲାପାଳ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ସେ ଭିନ୍ନକ୍ଷମମାନେ ନିଜର ସାମର୍ଥ୍ୟକୁ ବୁଝିପାରି ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେବିଷୟରେ ଗୁରୁତ୍ତ୍ଵ ଦେବା ସହିତ ସେଥିପାଈଁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବାର ଅଶ୍ୱସନା ମଧ୍ୟ ଦେଇଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଶହେଟି ହ୍ବୀଲଚେୟାର ମଧ୍ୟ ପ୍ରଦାନ କରଯାଇଥିଲା। ମୂକ ଓ ବଧୀର ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହିତ ସେ ସ୍କୁଲର ମୁଖ୍ୟ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଆଶ୍ୱସନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମାଜ କଲ୍ୟାଣ କାର୍ଯ୍ୟକ୍ରମକୁ ଏଠାକାର ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ରନାଥ ଶତପଥୀ ପରିଚାଳନା କରିଥିଲେ।

Comments (0)
Add Comment