ଷଷ୍ଠ ଅଧିବେଶନରେ ଜିଲ୍ଲା ପରିଷଦର ପଞ୍ଚମ ବୈଠକ

ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଧ୍ୟକ୍ଷ ଜିଲ୍ଲାପରିଷଦ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଉପସଭାପତି ଜିଲ୍ଲାପରିଷଦ ବର୍ଷାରାଣୀ ମୁଣ୍ଡା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା ମଞ୍ଚାସୀନ ରହି ଜିଲ୍ଲାର ସାମଗ୍ରୀକ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ମନରେଗା, ଗ୍ରାମୀଣ ଆବାସ ଯୋଜନା, ଓଡ଼ିଶା ଜିବିକା ମିଶନ, ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ଗ୍ରାମାଞ୍ଚଳ ବିଦ୍ୟୁତ କରଣ, କୃଷି, ଉଦ୍ୟାନ ବିଭାଗ, ମୃତ୍ତିକା ଓ ଜଳଛାୟା, ଜଳସେଚନ, ଶିକ୍ଷା, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ, ପୃତ୍ତ ବିଭାଜନ ( ସଡ଼କ ଓ କୋଠାବାଡି), ମତ୍ସ୍ୟ, ଜିଲ୍ଲା ମଙ୍ଗଳ, ଜିଲ୍ଲା ସମାଜ ମଙ୍ଗଳ, ପଶୁ ସମ୍ପଦ, ଶ୍ରମ ବିଭାଗ, ଅବକାରୀ ବିଭାଗ, ମୁଖ୍ୟ ମନ୍ତ୍ରୀ ବସ୍ ସେବା, ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥା, ପାଉଡି ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା, ଶିଳ୍ପ, ଭାରତୀୟ ଦୂର ସଂଚାର ବିଭାଗ ଓ ସ୍ଵଚ୍ଛ ଭାରତ ମିଶନ ସହ ବିଭିନ୍ନ ଯୋଜନା ବାବଦରେ ଆଲୋଚନା ହୋଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷର ଅଟକଳ ଏବଂ ବ୍ୟୟର ଅଟକଳ ୨୦୨୩-୨୪ ର ଜିଲ୍ଲା ପରିଷଦ ଦେବଗଡ଼ର ପ୍ରାଶାସନିକ ଖର୍ଚ୍ଚର ଅନୁମୋଦନ କରାଯାଇଥିଲା। ବୈଠକରେ ସାଂସଦଙ୍କ ପ୍ରତିନିଧି ଅରୁଣ ସାହୁ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୂସୁଦନ ପ୍ରଧାନ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ତିଲେଇବଣୀ ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି, ପୁଷ୍ପାଞ୍ଜଳି ସାମଲ, ବାସନ୍ତୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସମରେନ୍ଦ୍ର ଜିତ୍, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ବୈଠକରେ ଯୋଗଦେଇଥିଲେ । ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ବେହେରା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment