ଇସ୍ତଫା ଦେଲେ ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବୃୟାରୀ ମାସରେ ଦିଲ୍ଲୀ ଯାଇ କଂଗ୍ରେସରେ ଯୋଗଦେଇଥିଲେ I ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଅଲ ଇଣ୍ଡିଆ କଂଗ୍ରେସ କମିଟିର (ଏଆଇସିସିକୁ) ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ପଠାଯାଇଥିବା ଇ-ମେଲରେ ସେ କହିଛନ୍ତି , “ସମ୍ମାନିତ ସାର୍, ମୁଁ INC ରୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ଆଶା କରୁଛି ତୁମେ ଏହାକୁ ତୁରନ୍ତ ପ୍ରଭାବରେ ଗ୍ରହଣ କରି ଖୁସି ହେବ।

ଇସ୍ତଫା ପରେ ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏହାକୁ ଏକ ପ୍ଲାଟଫର୍ମ ଭାବରେ ଗ୍ରହଣ କରିବାକୁ ମୁଁ କଂଗ୍ରେସରେ ଯୋଗ ଦେଇଥିଲି କିନ୍ତୁ ମୁଁ ଦେଖିଲି ପାର୍ଟିରେ ମୋର କୌଣସି ସ୍ଥାନ ଓ ସମ୍ମାନ ନାହିଁ I ମୁଁ ଅନୁଭବ କଲି, ଦଳ ପାଇଁ ମୁଁ କିଛି ଉପଯୋଗୀ ନାହିଁ I ମୁଁ ଭବିଷ୍ୟତରେ କୌଣସି ରାଜନୈତିକ ଦଳକୁ ଯିବିନାହିଁ, ଲୋକଙ୍କ ପାଖକୁ ଯିବି ଏବଂ ସେବା କାର୍ୟ୍ୟକ୍ରମ ଜାରିରଖିବି”I କଂଗ୍ରେସରେ ଯୋଗଦେବା ପରେ ବିଜୟ ପଟ୍ଟନାୟକଙ୍କୁ ଅଭିଯାନ କମିଟିର ଅଧ୍ୟକ୍ଷ ହେବା ପାଇଁ ଏକ ନୂତନ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା, ଯାହା ପରେ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ​​ପଟ୍ଟନାୟକ ପାରଳାଖେମୁଣ୍ଡିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ।

Comments (0)
Add Comment