ପାଇଖାନା ଫ୍ଲସ୍ ଭିତରେ ବିଡା ବିଡା ଟଙ୍କା

ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ ୮ଟି ଜାଗାରେ ଏକକାଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଛି ରେଡ। ଢ଼େଙ୍କାନାଳ ସଦର ରେଞ୍ଜର ଭୁବନାନନ୍ଦ ମିଶ୍ରଙ୍କ ଷ୍ଟେସନ ବଜାର ବାସଭବନ, ସରକାରି କ୍ୱାର୍ଟର ଓ କାର୍ୟ୍ୟଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ହେବାର ସୂଚନା ମିଳିଛି।

ରେଞ୍ଜରଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଥିଲା ଭିଜିଲାନ୍ସ ଟିମ୍ I
ତେବେ ଢେଙ୍କାନାଳ ସ୍ଥିତ ଘରେ ଚଢଉ ସମୟରେ ଭିଜିଲାନ୍ସ ଟିମକୁ ଏଭଳି ଏକ ଜାଗାରୁ ଟଙ୍କା ମିଳିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ସବୁ ଘର ଖୋଜାଖୋଜି କରୁଥିବାବେଳେ ୱାସ୍ ରୁମରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। ତାଙ୍କୁ ପାଇଖାନା ଫ୍ଲସ୍ ଭିତରୁ ୫୦୦ଟଙ୍କିଆ ବିଡା ସବୁ ବାହାରିଥିଲା। ଚଢଉ ଭୟରେ ରେଞ୍ଜର ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଇଥିବା କୁହାଯାଇଛି ।

କେବଳ ଏତିକି ନୁହେଁ ଏଯାଏଁ ହୋଇଥିବା ଚଢଉ ଭିତରେ ତାଙ୍କର ଅଟ୍ଟାଳିକା ପରି ଘର, ବିଶାଳ ଫାର୍ମ ହାଉସ୍ । ବଣ୍ୟପ୍ରାଣୀଙ୍କୁ ରଖିବାକୁ ସ୍ୱତନ୍ତ୍ର କେଜ୍ ସବୁ ଠାବ କରାଯାଇଛି ।ତାଙ୍କ ଘରୁ ଦାମୀ ଘଣ୍ଟାର କଲେକ୍ସନ୍ ମଧ୍ୟ ଦେଖିବାକୁ ମିଳିଛି । ଏବେବି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।

Comments (0)
Add Comment