ଦଶପଲ୍ଲା ଥାନା ଡିହଗାଁ ଛକରେ ଦୁର୍ଘଟଣା

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଦିବ୍ୟଜ୍ୟୋତି ଦଶପଲ୍ଲାରୁ ଦ୍ରୁତ ଗତିରେ ଏକ ବାଇକ୍ ଚଳାଇ ଆସିଥିଲେ। ଡିହଗାଁ ଛକରେ ସେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ସୁଦର୍ଶନ ଓ ସୁକ୍ରଙ୍କୁ ଖୁବ୍ ଜୋରରେ ଧକ୍କା ଦେଇ ନିଜେ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପଥଚାରୀଙ୍କର ମୃତ୍ୟୁ ଘଟିଥିଲା । ବାଇକ ଚାଳକ ଦିବ୍ୟଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Comments (0)
Add Comment