ଦେଶର ୯୫ଟି ସହରରେ ସ୍ୱଚ୍ଛ ବାୟୁ

୨୧ଟି ସହରରେ ଅଧିକ ଉନ୍ନତି; ମନ୍ତ୍ରଣାଳୟ ରିପୋର୍ଟ

ନୂଆଦିଲ୍ଲୀ : ପରିବେଶ ପ୍ରଦୂଷଣ ସହ ବାୟୁ ବିଷାକ୍ତ ହେବାରେ ଲାଗିଛି l ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଭାରତରେ ଅଧିକାଂଶ ସହର ପ୍ରଦୂଷିତ। ଦିଲ୍ଲୀ ଭଳି ସହରରେ ଅଡ=ଇଭିନ ଯାନବାହନ ଚଳାଚଳ ବ୍ୟବସ୍ଥା ହେଉଛି। କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦାବି କରୁଛି ଯେ ଦେଶର ଅନେକ ସ୍ଥାନରେ ବାୟୁ ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ହୋଇଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ଜାରି କରାଯାଇଛି। ଦେଶର ୯୫ଟି ସହରର ବାୟୁଗୁଣବତ୍ତା ପୂର୍ବ ତୁଳନାରେ ଉନ୍ନତ ହୋଇଛି। ସେଥିମଧ୍ୟରୁ ବାରଣାସୀ, ଲକ୍ଷ୍ନୌ, କାନପୁର, ଆଗ୍ରା, ବରେଲି, ଡେରାଡୁନ, ଧାନବାଦ ଓ ଗ୍ରେଟର ମୁମ୍ବାଇ ଭଳି ୨୧ଟି ସହରରେ ବାୟୁଗୁଣବତ୍ତାରେ ୪୦ ପ୍ରତିଶତରୁ ଅଧିକ ଉନ୍ନତି ଘଟିଛି।

ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୧ଟି ସହରରେ ବାୟୁଗୁଣବତ୍ତାରେ ଉନ୍ନତି ଆଣିବା ଅଭିଯାନ ଚାଲିଛି l ଫଳରେ ବାକି ସହରଗୁଡ଼ିକରେ ମଧ୍ୟ ଶୀଘ୍ର ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ବାୟୁର ଗୁଣବତ୍ତାରେ ଉନ୍ନତି ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏହି ରିପୋର୍ଟ ଆଶ୍ୱସ୍ତିକର କଥା। କିନ୍ତୁ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଖରାପ ପବନର ସମୟ ମଧ୍ୟ ଚିନ୍ତା ବଢ଼ାଉଛି। ଯେଉଁଥିରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତର ବାୟୁ ବିଷାକ୍ତ ହୋଇଯାଏ। ଫଳରେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ପ୍ରତିବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଏହି ପର୍ଯ୍ୟାୟ ଆସନ୍ତା ବର୍ଷ ଜାନୁଆରି-ଫେବ୍ରୁଆରି ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ। ଏହି ସମୟ ମଧ୍ୟରେ ବାୟୁର ଗୁଣବତ୍ତା ରେ ଉନ୍ନତି ହୋଇଥାଏ।

ଦୀପାବଳି ବେଳକୁ ଏହି ପବନ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଥାଏ। ଖାସ୍ କଥା ହେଉଛି ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସକ୍ରିୟ ଅଛନ୍ତି ଏବଂ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ବୈଠକ ମଧ୍ୟ କରାଯାଉଛି। ବାୟୁ ପ୍ରଦୂଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିମ୍ ଗଠନ କରାଯାଇଛି। ଏହାପରେ ପରିସ୍ଥିତି ସ୍ୱାଭାବିକ ହେବା ମାତ୍ରେ ପରିସ୍ଥିତି ସ୍ୱାଭାବିକ ହୋଇଯାଏ। ସମସ୍ତେ ପୁରୁଣା ରାସ୍ତାକୁ ଫେରୁଛନ୍ତି।

ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ତୁଳନାରେ ୨୦୨୩-୨୪ରେ ଦେଶର ୨୧ଟି ସହରରେ ପିଏମ୍ ୧୦ ସ୍ତରରେ ୪୦ ପ୍ରତିଶତରୁ ଅଧିକ ଉନ୍ନତି ଘଟିଛି। ଏଥିରେ ବାରଣାସୀ, କାନପୁର, ଲକ୍ଷ୍ନୌ, ବରେଲି, ଆଗ୍ରା, ମୁରାଦାବାଦ, ଡେରାଡୁନ ଓ ଧାନବାଦ ଭଳି ସହର ରହିଛି। ସେହିପରି ୧୪ଟି ସହରରେ ବାୟୁଗୁଣବତ୍ତାରେ ୩୦ରୁ ୪୦ ପ୍ରତିଶତ ଉନ୍ନତି ହୋଇଛି। ଏଥିରେ ଗାଜିଆବାଦ, ରାଏବରେଲି, ଅହମ୍ମଦାବାଦ, ଯୋଧପୁର ଓ କୋଲକାତା ଭଳି ସହର ରହିଛି। ସେହିପରି ୧୬ଟି ସହରରେ ବାୟୁଗୁଣବତ୍ତାରେ ୨୦ରୁ ୩୦ ପ୍ରତିଶତ ଉନ୍ନତି ପରିଲକ୍ଷିତ ହୋଇଛି।

ଏଥିରେ ପ୍ରୟାଗରାଜ, ନୋଏଡା, ସୁରଟ, ରାଞ୍ଚି, ଗୋରଖପୁର ଭଳି ସହର ରହିଛି। ଅନ୍ୟ ୪୪ଟି ସହରରେ ମଧ୍ୟ ବାୟୁଗୁଣବତ୍ତାରେ ଉନ୍ନତି ଘଟିଛି, କିନ୍ତୁ ଉନ୍ନତି ୨୦ ପ୍ରତିଶତରୁ କମ୍ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଦେଶର ୧୩୧ଟି ସହରକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି। ଆଗାମୀ ଦିନରେ ଓଡ଼ିଶାର ଭୁବନେଶ୍ଵର, କଟକ, ପାରାଦୀପ, ବ୍ରହ୍ମପୁର, ରାଉରକେଲା ଭଳି ସହରର ବାୟୁ ପ୍ରଦୂଷଣର ସମସ୍ୟା ମୁଣ୍ଡବିନ୍ଧାର କାରଣ ହୋଇପାରେ। ସେ ଦୃଷ୍ଟିରୁ ଆମେ ସତର୍କ ହେବା ସମୟ ଆସିଛି l

Comments (0)
Add Comment