ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ I ସୂଚନା ଅନୁସାରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ। ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର ଏବେବି ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜା ଚାଲିଛି। ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଅବତରଣ ପାଇଁ ହେଲିକପ୍ଟର ଜାହାଜ ପାଖକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରିରହିଛି। ସର୍ଚ୍ଚ ଅପରେସନରେ ୪ଟି ଜାହାଜ ଓ ଦୁଇଟି ବିମାନକୁ ନିୟୋଜିତ କରାଯାଇଛି। ବିମାନର କିଛି ଅଂଶକୁ ମଧ୍ୟ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।

ସୋମବାର ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଉପକୂଳରେ ଏକ ରେସ୍କ୍ୟୁ ଅପରେସନ ବେଳେ ଆରବ ସାଗରରେ ଜରୁରୀ ଅବତରଣ ପାଇଁ ବାଧ୍ୟ ହେଇଥିଲା ଭାରତୀୟ ତଟରକ୍ଷୀ ବାହିନୀର ଆଡଭାନ୍ସ ଲାଇଟ୍ ହେଲିକପ୍ଟର(ALH)। ହେଲିକପ୍ଟରରେ ଏହି ସମୟରେ ୪ ଜଣ ସଦସ୍ୟ ରହିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି।

ଏକ ବିବୃତିରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଗୁଜରାଟ ବାତ୍ୟା ସମୟରେ ୬୭ ଜଣଙ୍କୁ ଉଦ୍ଧାର କରିଥିବା ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ୍ ହେଲିକପ୍ଚର ସେପ୍ଟେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏକ ରେସ୍କ୍ୟୁ ଅପରେସନ ପାଇଁ ଯାଇଥିଲା । ପୋରବନ୍ଦରରୁ ପ୍ରାୟ ୪୫ କିଲୋମିଟର ଦୂର ଆରବ ସାଗର ଭିତରକୁ ଜଣେ ଆହତ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିବାବେଳେ ଜରୁରୀ ଅବତରଣ ଆବଶ୍ୟକତା ପଡ଼ିଥିଲା । ଭାରତୀୟ ପତାକା ଲାଗିଥିବା ଏକ ମୋଟର ଟ୍ୟାଙ୍କର ହରି ଲିଲାର ମାଷ୍ଟରଙ୍କ ଠାରୁ ରେସକ୍ୟୁ ପାଇଁ ଅନୁରୋଧ ପାଇବା ପରେ ଉଡ଼ାଣ ଭରିଥିଲା ହେଲିକପ୍ଟର। ତେବେ କେଉଁ କାରଣ ଯୋଗୁ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା, ତା’ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Comments (0)
Add Comment