ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ

ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ହେଲେ ଏହାର ୨୪ ଘଣ୍ଟା ନପୁରୁଣୁ ଚେନ୍ନାଇ ପୁଣିଥରେ ୧ ନଂ ସ୍ଥାନକୁ ଫେରିଛି।

ମଙ୍ଗଳବାର ରାତିରେ ଚେନ୍ନାଇ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ପ୍ରତିପକ୍ଷ ରାଜସ୍ଥାନକୁ ୫ ୱିକେଟ୍‌ରେ ହରାଇଛି। ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ଏହାର ଜବାବରେ ଚେନ୍ନାଇ ୧୯.୫ ଓଭର୍‌ରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

୫୩ ବଲ୍‌ରେ ୯୬ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିବା ଚେନ୍ନାଇର ଶେନ୍‌ ୱାଟସନ୍‌ଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଏହି ବିଜୟ ସହ ଚେନ୍ନାଇର ପ୍ଲେ-ଅଫ୍‌ ଖେଳିବା ଏବେ ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଦଳ ପାଖରେ ୧୬ ପଏଣ୍ଟ ରହିଛି। ଦିଲ୍ଲୀର ୧୪ ପଏଣ୍ଟ ଥିବା ବେଳେ ମୁମ୍ବାଇର ୧୨ ପଏଣ୍ଟ ଓ ହାଇଦ୍ରାବାଦ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

Comments (0)
Add Comment