ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ୪୬ତମ ଜନ୍ମଦିନ। ୧୯୭୩ ମସିହା ଆଜିର ଦିନରେ ସଚିନ୍‌ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏ, ଖେଳୁଥିବା ସମୟରେ ହିଁ ଭାରତ ରତ୍ନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ତେନ୍ଦୁଲକର ଉଭୟ ଟେଷ୍ଟ ଓ ଦିନିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ଦିନିକିଆରେ ସଚିନ୍‌ ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ୨୦୧୦ରେ ଦ୍ୱିଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ୨୦୧୨ରେ ସଚିନ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶହେ ଶତକ ହାସଲ କରିଥିଲେ।

Comments (0)
Add Comment