ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍ ସାଫ୍ ପ୍ରତିଯୋଗିତାରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନେପାଳ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଥିବା ବେଳେ ହଠାତ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଯାଇଥିଲା ।
ଏହି ଘଟଣାରେ କେତେକ ଖେଳାଳି ଆହତ ହୋଇଛନ୍ତି । ଗଣ୍ଡଗୋଳ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ କିଛି ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରହିଥିଲା । ଉତ୍ତେଜନା କମିବା ପରେ ମ୍ୟାଚ୍ ରେଫରି ଉଭୟ ପକ୍ଷର ଜଣେ ଲେଖାଏଁ ଖେଳାଳିଙ୍କୁ ରେଡ୍ କାର୍ଡ ଦେଖାଇଥିଲେ । ପରେ ଉଭୟ ପକ୍ଷର ଟିମ୍ ମ୍ୟାନେଜର ଓ ରେଫରିଙ୍କ ଭିତରେ ଅଲୋଚନା ହୋଇ ଖେଳ ପୁନଶ୍ଚ ଆରମ୍ଭ ହୋଇଥିଲା । ଗତ ୨୫ ତାରିଖରୁ ଏହି ଇଭେଣ୍ଟ ଆରମ୍ଭ ହୋଇଛି । ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ୍ ରହିଛି । ଆଜି ଲିଗ୍ ପ୍ରର୍ଯ୍ୟାୟର ଶେଷ ମ୍ୟାଚ ଖେଳାଯାଉଥିବା ବେଳେ ଏହି ଘଟଣା ଘଟିଛି । ମ୍ୟାଚ୍ରେ ରେଡ୍ କାର୍ଡ ପାଇଥିବା ଖେଳାଳି ଫାଇନାଲ ମ୍ୟାଚ୍ରୁ ବାସନ୍ଦ ରହିବେ ବୋଲି ଜଣାପଡିଛି ।