ପୁନମଙ୍କ ସ୍ୱର୍ଣ୍ଣ ଆଶା ଧୂଳିସାତ :
ଶେଷ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ହେଲେ ବିଦା

ବର୍ମିହାମ: ରାଜ୍ୟଗୋଷ୍ଠୀ କ୍ରୀଡା ଭାରୋତ୍ତୋଳନର ଆଜି ଭାରତକୁ ଲାଗିଛି ଝଟକା । ଧୂଳିସାତ ହୋଇଛି ୨୦୧୮ ଗୋଲ୍ଡକୋଷ୍ଟ ସ୍ୱର୍ଣ୍ଣବିଜେତା ପୁନମ ଯାଦବଙ୍କ ସø୍‌ବର୍ଣ୍ଣ ଆଶା । ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ଆଶା କରିଥିବା ବେଳେ ସେ ଶେଷ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ୨୦୧୮ରେ ସ୍ୱର୍ଣ୍ଣ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୭ ବର୍ଷୀୟ ପୂନମ ଯାଦବ ରୌପ୍ୟ ଜିତିଥିଲେ । ଆଜି ସେ ପୁଣି ସ୍ୱର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ । ସ୍ନାଚ ରାଉଣ୍ଡର ପ୍ରଥମ ପ୍ରୟାସରେ ପୂନମ ୯୫ କେଜି ଓଜନ ଉଠାଇବାକୁ ସକ୍ଷମ ହୋଇ ନଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ । ସେହିପରି ତୃତୀୟ ପ୍ରୟାସରେ ସେ ୯୮ କେଜି ଉଠାଇଥିଲେ । ସ୍ନାଚ ରାଉଣ୍ଡ ଶେଷ ବେଳକୁ ଭାରତର ପୂନମ ୯୮ କେଜି ଓଜନ ସହ ଦ୍ୱିତୀୟ ସ୍ଥାନ ଅର୍ଥାତ ରୌପ୍ୟ ପଦକ ଦୌଡରେ ନିଜକୁ ସାମିଲ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା କ୍ଲିନ ଆଣ୍ଡ ଜର୍କ । ପୂନମଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୨୨ ଥିବାରୁ ସେ ୧୧୬ରୁ ନିଜର ପ୍ରଥମ ପ୍ରୟାସ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ପ୍ରୟାସ ଫେଲ ମାରିଥିଲା । ଦ୍ୱିତୀୟ ପ୍ରୟାସରେ ସେ ପୁଣି ୧୧୬ କେଜି ଓଜନ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତୃତୀୟ ପ୍ରୟାସରେ ଲିଫ୍ଟ କରିଥିଲେ ମଧ୍ୟ ତାଙ୍କ ଶରୀର ନିୟନ୍ତ୍ରଣ ମଧ୍ୟରେ ରହି ନଥିଲା । ଏହି ଲିଫ୍ଟକୁ ମଧ୍ୟ ଜଜମାନେ ନାକଚ କରିଥିଲେ । ଏହାକୁ ଭାରତ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । କିନ୍ତୁ କୌଣସି ବି ସୁଫଳ ମିଳି ନଥିଲେ । ୩ଟି ଯାକ ପ୍ରୟାସ ଫେଲ ମାରିବାରୁ ପୂନମ ପ୍ରତିଯୋଗିତାର ଶେଷ ସ୍ଥାନରେ ରହିଥିଲେ । ଏହି ବିଫଳତାକୁ ପୂନମ ମଧ୍ୟ ସହଜରେ ଗ୍ରହଣ କରି ପାରୁ ନଥିବାରୁ ତାଙ୍କ ଏକ୍ସପ୍ରେସନରୁ ସ୍ପଷ୍ଟ ହୋଇଛି । ୭୬ କେଜି ଭାରୋତ୍ତୋଳନ ବର୍ଗରେ କାନାଡାର ମାୟା ଲୟଲୋର ୨୨୮ କେଜି ସହ ସ୍ୱର୍ଣ୍ଣ(ସ୍ନାଚ ୧୦୦ ଓ କ୍ଲିନ ଆଣ୍ଡ ଜର୍କ ୧୨୮), ନାଇଜେରିଆର ତାଇୱ ଲିଆଡି ୧୨୬ କେଜି (ସ୍ନାଚ ୯୬ ଓ କ୍ଲିନ ଆଣ୍ଡ ଜର୍କ ୧୨୦ କେଜି) ସହ ରୌପ୍ୟ ଓ ନାରାଉର ମାକ୍ସିମିନା ଉପେ ୨୧୫ କେଜି( ସ୍ନାଚ ୯୬ ଓ କ୍ଲିନ ଆଣ୍ଡ ଜର୍କ ୧୧୯) ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Comments (0)
Add Comment