ପ୍ରି-କ୍ୱାର୍ଟରରେ ଭାରତୀୟ ବକ୍ସର ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଭାରତୀୟ ବକ୍ସର ମହମ୍ମଦ ହସମୁଦ୍ଦିନ । ସେ ୫୭ କେଜି ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଆମଜୋଲେଲେଙ୍କ ବିରୋଧରେ ଭାରତୀୟ ବକ୍ସର ହସମୁଦ୍ଦିନଙ୍କ ପଞ୍ଚ ଓ ପାଦର ମୁଭମେଣ୍ଟ ବେଶ ଚମତ୍କାର ରହିଥିଲା । ଏଥିପାଇଁ ସେ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ବିଜୟୀ ହୋଇଛନ୍ତି । ୩ଟି ଯାଉ ରାଉଣ୍ଡରେ ସେ ତାଙ୍କର ଦବଦବା ଦେଖାଇଥିଲେ । ପ୍ରଥମ ରାଉଉଣ୍ଡରେ ୫ ଜଣ ଯାକ ଜଜ ଭାରତର ହସମୁଦ୍ଦିନଙ୍କୁ ୧୦ ଲେଖାଏ ପଏଣ୍ଟ ଦେଇଥିବା ବେଳେ ଆମଜୋଲେଲେ ୯ ପଏଣ୍ଟ ଲେଖାଏ ପାଇଥିଲେ । ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ପୂରା ୫ ଜଜଙ୍କ ଠାରୁ ହସମୁଦ୍ଦିନ ୫୦ ପଏଣ୍ଟ ଲେଖାଏ ପାଇଛନ୍ତି ।

Comments (0)
Add Comment