ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍‌ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍‌ ଖେଳାଳିଙ୍କୁ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ । ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୫ କିମ୍ବା ତା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ(ଏନସିଏ)ରେ ଏକତ୍ରିତ ହେବେ । ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଫିଜିଓ ନୀତିନ ପଟେଲଙ୍କ ତତ୍ୱାବଧାନରେ ସମସ୍ତ ଖେଳାଳିଙ୍କ ଫିଟନେସ୍‌ ପରୀକ୍ଷା କରାଯିବ । ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଖେଳାଳି ଜୁନ ୭ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ସମସ୍ତ ଖେଳାଳି ଏନସିଏରେ ଫିଟନେସ୍‌ ଟେଷ୍ଟ ପାଇଁ ଏକାଠି ହେବେ । କାରଣ ଅନେକ ଖେଳାଳି ଛୋଟ ମୋଟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ହର୍ଷଲଙ୍କ ଠାରେ ଏବେ ମଧ୍ୟ ଷ୍ଟିଜ୍‌ ପଡିଛି । ତେଣୁ ବୋର୍ଡ ଖେଳାଳିଙ୍କ ଫିଟନେସ୍‌ ନେଇ ସୁନିଶ୍ଚିତ ହେବାକୁ ଚାହୁଁଛି ।

Comments (0)
Add Comment