ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ । ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏବେ ଗୁରୁରାଜ ୬୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଗୋଟିଏ ଦିନରେ ଭାରତକୁ ଦୁଇଟି ପଦକ ମିଳିବାରୁ ଚାରିଆଡୁ ଦୁଇ ଖେଳାଳିଙ୍କୁ ଶୁଭେଛାର ସୁଅ ଛୁଟିଛି । କର୍ଣ୍ଣାଟକାର ଗୁରୁରାଜା ପୂଜାରୀ ୬୧ କେଜି ବର୍ଗର ସ୍ନାଚରେ ୧୧୮ କେଜି ଓଜନ ଉଠାଇଥିଲେ । ସେହିପରି ସେ କ୍ଲିନ ଆଣ୍ଡ ଜର୍କରେ ୧୫୧ କେଜି ଓଜନ ଉଠାଇଛନ୍ତି । ଏହାକୁ ମିଶାଇ ମୋଟ ୨୬୯ କେଜି ଓଜନ ଉଠାଇ ଗୁରୁରାଜ ଦେଶ ପାଇଁ ପଦକ ଜିତିଛନ୍ତି । ସେ କାନାଡାର ୟୁରୀ ସିମରାଡଙ୍କ ଠାରୁ ମାତ୍ର ଅଧିକ ଗୋଟିଏ କେଜି ଓଜନ ଉଠାଇ ପଦ ଜିତିବାକୁ ସକ୍ଷମ ହୋଇଛନ୍ତି । ୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ଗୁରୁରାଜା ଆଜି ପ୍ରଥମ ପ୍ରୟାସରେ ହିଁ ୧୧୫ କେଜି ଓଜନ ଉଠାଇଥିଲେ । ଏହି ୬୧ କେଜି ବର୍ଗରେ ମାଲେସିୟାର ମହମ୍ମଦ ଅଜନିଲ ବିଡିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Comments (0)
Add Comment