ସୋହେବ ମତ ଉପରେ ଜବାବ ଦେଲେ କପିଲ୍‌: କହିଲେ ଏପରି କଥା

ସୋହେବ ମତ ଉପରେ ଜବାବ ଦେଲେ କପିଲ୍‌: କହିଲେ ଏପରି କଥା

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ପାକିସ୍ତାନର ଦ୍ରୁତ ବୋଲର ଦେଇଥିବା ପ୍ରସ୍ତାବକୁ ଭାରତୀୟ ପୂର୍ବତନ ଅଧିନାୟକ କପିଲ୍ ଦେବ ସମାଲୋଚନା କରିଛନ୍ତି । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ଭାରତର ଟଙ୍କା ଆବଶ୍ୟକ୍ ନାହିଁ କି ବର୍ତ୍ତମାନ ଭଳି ପରିସ୍ଥିତିରେ କ୍ରିକେଟ୍ ଖେଳିବା ଆବଶ୍ୟକ ନାହିଁ । ସେ ପୁଣି କହିଛନ୍ତି ଯେ, ସୋହେବଙ୍କ ପ୍ରସ୍ତାବ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ । ଭାରତର ଅର୍ଥ ଆବଶ୍ୟକ ନାହିଁ । ଭାରତ ପାଖରେ ଅର୍ଥ ଯଥେଷ୍ଟ ରହିଛି ।
ଏଭଳି ପରିସ୍ଥିତିରେ କିଭଳି ମଣିଷ ଜୀବନ ବଞ୍ଚି ରହିବ ସେଥିପ୍ରତି ଆମ ସରକାର ଆମ କ୍ରିକେଟ ଜଗତ ସତର୍କତା ଅବଲମ୍ବନ କରୁଥିବା ବେଳେ ଖେଳ ଖେଳିବା ପାଇଁ ସୋହେବ କିଭଳି ମତ ରଖୁଛନ୍ତି ତାହା ହାସ୍ୟାସ୍ପଦ ବୋଲି ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ।

Comments (0)
Add Comment