ବର୍ଷା ଯୋଗୁଁ ପ୍ରଥମ ଟି-20 ବାତିଲ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20I ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲା ହୋଇଛଇ। କାନବେରାର ମାନୁକା ଓଭାଲରେ ଖେଳାଯାଇଥିବା ମ୍ୟାଚ୍ ରେ ଟସ୍ ଜିତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ମିଚେଲ ମାର୍ଶ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 9.4 ଓଭର ପର୍ଯ୍ୟନ୍ତ 1 ୱିକେଟ୍ ହରାଇ 97 ରନ୍ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ 39 ରନ୍ ର ଅପରାଜିତ ଇନିଂସ ଖେଳିଥିଲେ, ଯେତେବେଳେ ଉପ-ଅଧିନାୟକ ଶୁଭମନ ଗିଲ୍ ଅପରାଜିତ 37 ରନ୍ କରିଥିଲେ। ଅନ୍ୟପକ୍ଷରେ, କଙ୍ଗାରୁ ଦଳର ନାଥନ୍ ଏଲିସ୍ 19 ରନ୍ ର ବ୍ୟକ୍ତିଗତ ସ୍କୋରରେ ଓପନର୍ ଅଭିଷେକ ଶର୍ମାଙ୍କୁ ନିଜର ଶିକାର କରିଥିଲେ।

ଏହି ମ୍ୟାଚ୍ ରେ ଦୁଇଥର ବର୍ଷା ହୋଇଥିଲା। ବର୍ଷା ପରେ ପ୍ରଥମ ଥର ମ୍ୟାଚ୍ ପୁନରାରମ୍ଭ ହେବା ପରେ ଓଭରଗୁଡ଼ିକୁ ହ୍ରାସ କରାଯାଇଥିଲା ଏବଂ ପ୍ରତ୍ୟେକ ମ୍ୟାଚ୍ 18 ଓଭର ପାଇଁ ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ତଥାପି, ଦ୍ୱିତୀୟ ଥର ପ୍ରବଳ ବର୍ଷା ଯୋଗୁଁ ଦୀର୍ଘ ସମୟ ଅପେକ୍ଷା କରିବା ପରେ, ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩୧ ଅକ୍ଟୋବରରେ ମେଲବୋର୍ଣ୍ଣରେ ଖେଳାଯିବାକୁ ଯାଉଛି।

Comments (0)
Add Comment