ଫୁଟବଲ ଟେନିସ ଚାମ୍ପିଅନ ଦଳକୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା

ଜି. ଉଦୟଗିରି : ଓଡ଼ିଶା ଫୁଟବଲ,ଟେନିସ ଆସୋସିଏସନ୍‌ ଏବଂ ସିଟି କ୍ଲବ ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍‌ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ୫ମ ନରେନ୍ଦ୍ର ଜେନା ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଗତ ଦୁଇ ଥରର ବିଜେତା କନ୍ଧମାଳ ଜିଲ୍ଲା ଫୁଟବଲ ଟେନିସ ଦଳ ପୁନର୍ବାର ଯାଜପୁର ଜିଲ୍ଲା ଫୁଟବଲ ଦଳକୁ ୧୫-୭ ଏବଂ ୧୫- ୪ ପଏଣ୍ଟରେ ପରାସ୍ତ କରି ଲଗାତାର ତୃତୀୟ ଥର ପାଇଁ ଚାମ୍ପିଅନ ଟ୍ରଫି ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ଫୁଟବଲ ଟେନିସ ଖେଳାଳି ପପୁନା ସାହୁ , ରାଷ୍ଟ୍ରୀୟ ଖେଳାଳି କଳାମୋହନ ନାୟକ , ବାଦଲ ବୃର୍ଗୀ, ଆଶିଷ ବୃର୍ଗୀ, କରମଚାନ୍ଦ ନାୟକ, ସୁନିଲ କୁମାର ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, ନିୟୁପ୍ରନ ନାୟକଙ୍କୁ ନେଇ ଗଠିତ ଦଳର ସଭ୍ୟ ମାନଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ କାମନା କରି ବିଜୟର ଶୋଭାଯାତ୍ରା କରି ଗାଁ ରେ ଭ୍ରମଣ କରିଥିଲେ । ନୂତନ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୂର୍ବତନ ସରପଞ୍ଚ ହୃଦୟ ପ୍ରଧାନ, ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍‌ ଏକାଡେମୀର କୋଚ କୁମାରୀ ସସ୍ମିତା ସାହୁ, ଅନୁଷ୍ଠାନର ସ୍ଥାପକ ମହମ୍ମଦ ଜିଆଉଦ୍ଧିନ୍‌ ଅହମ୍ମଦ ଖେଳାଳି ମାନଙ୍କୁ ଶୁଭକାମନା ସହ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment