ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ଓମାନରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ(ଏଲ୍ଏଲ୍ସି)ରେ ଭାରତର ପୂର୍ବତନ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଦେଖିବାକୁ ମିଳିବ । ଏହି ଖେଳାଳିମାନେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ । ଏହି ଲିଗରେ ତିନୋଟି ଦଳ ଭାଗ ନେବେ । ଭାରତ ମହାରାଜା ଦଳ ବ୍ୟତୀତ ଅନ୍ୟ ଦୁଇଟି ଦଳ ଏସିଆ ଲାଇନ୍ସ ଓ ଶେଷ ବିଶ୍ୱ ଦଳ ଭାଗ ନେବେ । ଭାରତ ମହାରାଜ ଦଳ ପାଇଁ ସେହୱାଗ, ଯୁବରାଜ ଏବଂ ହରଭଜନଙ୍କ ବ୍ୟତୀତ ଇରଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞା ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବାଦାନି, ଭେନୁଗୋପାଲ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଏବଂ ଅମିତ ଭଣ୍ଡାରି ଅଛନ୍ତି । ।
ଏସିଆ ଲାଇନ୍ସ ନାମକ ଏସିଆ ଦଳରେ ପୂର୍ବତନ ପାକିସ୍ତାନ ଏବଂ ଶ୍ରୀଲଙ୍କାର କିମ୍ବଦନ୍ତୀ ଶୋଏବ ଅଖତର, ସହିଦ ଆଫ୍ରିଦି, ସାନଥ ଜୟସୁରିୟା, ମୁଥିୟା ମୁରଲୀଧରନ୍, କମ୍ରାନ୍ ଅକମଲ୍, ଚାମିଣ୍ଡା ଭାସ୍, ରୋମେଶ କାଲୁଭିତର୍ନା, ତିଲକରତ୍ନ ଦିଲଶାନ୍, ଅଜହର ମହମୁଦ, ଅପୁଲ ତରଙ୍ଗା, ମିସବାହା-ଉଲ୍-ହକ୍, ମହମ୍ମଦ ହାଫିଜ, ଶୋଏବ ମଲିକ, ମହମ୍ମଦ ୟୁସୁଫ ଏବଂ ଉମର ଗୁଲ ରହିଛନ୍ତି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ମଧ୍ୟ ଏସୀୟ ଦଳର ଏକ ଅଂଶ ହେବ । ତୃତୀୟ ଦଳର ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।