ଆଇପିଏଲ : ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କୋଚ ପଦରୁ ଜାଫରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରରେ ଜାଫର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ ଭାବେ ଡାମିନ୍‌ ରାଇଟ୍‌ ଥିବା ବେଳେ ଦକ୍ଷିଣ ଆଫ୍ରିକାର ଜୋଣ୍ଟି ରୋଡସ୍‌ ଫିଲ୍ଡିଂ କୋଚ୍‌ ଭାବରେ ଅଛନ୍ତି । ଜାଫର ୨୦୧୯ ରେ ପଞ୍ଜାବ କିଙ୍ଗ୍ସରେ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଦୁଇ ସିଜିନରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଭଲ ନଥିଲା ଏବଂ ଦଳ ଷଷ୍ଠ ସ୍ଥାନରେ ରହଛି । ୨୦୨୨ ନିଲାମ ପୂର୍ବରୁ ଦଳ ମାୟଙ୍କ ଅଗ୍ରୱାଲଙ୍କୁ ୧୨ କୋଟି ଟଙ୍କା ଏବଂ ଆର୍ଶଦୀପଙ୍କୁ ୪ କୋଟି ଟଙ୍କାରେ ରଖିଛି । ନିଲାମ ସମୟରେ ଏହି ଟିମ୍‌ରେ ୭୨ କୋଟି ଟଙ୍କା ପର୍ସ ରହିବ । ଲିଗ୍‌ ର ୧୫ ତମ ସିଜନରେ ମୋଟ ୧୦ ଟି ଦଳ ଖେଳିବେ ।

Comments (0)
Add Comment