ଜିମ୍ବାୱେ ଗସ୍ତରେ ସାମିଲ ହେଲେ କେଏଲ ରାହୁଲ, ତୁଳାଇବେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରୁ ଘରୋଇ ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ବିସିସିଆଇ ମେଡିକାଲ ଟିମ୍‌ ତାଙ୍କୁ ଫିଟ୍‌ ଘୋଷିତ କରିଛନ୍ତି । ରାହୁଲ ଦଳରେ ସାମିଲ ହେବା ପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ପୂର୍ବରୁ ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ଶିଖର ଧାୱନଙ୍କ ତାଙ୍କର ଡେପୁଟି ଭାବେ କାର୍ଯ୍ୟ କରିବେ । ରାହୁଲ ଆଇପିଏଲ ପରଠାରୁ କ୍ରିକେଟ ଖେଳିନାହାନ୍ତି । ତାଙ୍କୁ ଦ.ଆଫ୍ରିକା ବିପକ୍ଷ ସିରିଜ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆହତ କାରଣରୁ ବାଦ ପଡିଥିଲେ । ଏହାପରେ ତାଙ୍କର ଅସ୍ତ୍ରପଚାର ହୋଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ତାଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ କୋଭିଡ ସଂକ୍ରମିତ ହେବା କାରଣରୁ ଦଳ ଯୋଗ ଦେଇପାରିନଥିଲେ । ସେହିପରି ଜିମ୍ବାୱେ ବିପକ୍ଷ ଦଳ ଘୋଷଣା ସମୟରେ ମଧ୍ୟ ତାଙ୍କୁ ସାମିଲ କରାଯାଇଥିଲା । ତେବେ ଆଗକୁ ଏସିଆ କପ ପରି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଥିବାରୁ କେଏଲ ରାହୁଲଙ୍କ ଜିମ୍ବାୱେ ଗସ୍ତରେ ସାମିଲ କରାଯାଇଛି । କାରଣରୁ ଏସିଆ କପ୍‌ ପୂର୍ବରୁ କିଛି ମ୍ୟାଚ୍‌ ପ୍ରାକ୍ଟିସ୍‌ କରିପାରିବେ । ପୂର୍ବରୁ ଘୋଷିତ ଦଳରେ କେବଳ କେଏଲ ରାହୁଲଙ୍କୁ ସାମିଲ କାରଯାଇଛି । ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ।

Comments (0)
Add Comment