ଦାଦାଙ୍କ ଘରେ ରାତ୍ରିଭୋଜନ କଲେ ଅମିତ ଶାହ

କୋଲକାତା,୬/୫ : ବର୍ତ୍ତମାନ ପଶ୍ଚିମ ବଙ୍ଗ ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଘରେ ଆଜି ରାତ୍ରୀଭୋଜନ କରିଛନ୍ତି । ଏହାପରେ,ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଲାଗି ରହିଥିବା ଚର୍ଚ୍ଚା ଅଧିକ ସକ୍ରିୟ ହୋଇଉଠିଛି । ଶୁକ୍ରବାର ସନ୍ଧ୍ୟାରେ ବିସିସିଆଇର ସଭାପତି ଗାଙ୍ଗୁଲିଙ୍କ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ । ଗାଙ୍ଗୁଲିଙ୍କ ଘରେ ଶାହଙ୍କ ଭୋଜନରେ ଯୋଗଦେବା ପଶ୍ଚିମବଙ୍ଗରେ ନୂତନ ରାଜନୈତିକ କଳ୍ପନାଜଳ୍ପନାର କାରଣ ହୋଇଛି । ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲିଙ୍କୁ ବିଜେପିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ଥିଲା,କିନ୍ତୁ ସେତେବେଳେ କେତେକ କାରଣ ହେତୁ ତାହା ହୋଇପାରିନଥିଲା । ଶାହା ଶୁକ୍ରବାର ବିଳମ୍ବିତ ରାତିରେ ଗାଙ୍ଗୁଲିଙ୍କ ଘରେ ପହଞ୍ଚି ଶାକାହାରୀ ଭୋଜନ କରିଥିଲେ । ଗାଙ୍ଗୁଲି ବିସିସିଆଇର ସଭାପତି ଏବଂ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସଚିବ ଅଟନ୍ତି । ଗାଙ୍ଗୁଲି କହିଛନ୍ତି ଯେ ସେ ଶାହଙ୍କୁ ୨୦୦୮ ରୁ ଜାଣିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲି ବିଜେପିରେ ଯୋଗଦେବାକୁ ଯାଉଥିଲେ,କିନ୍ତୁ ସାମାନ୍ୟ ହୃଦଘାତ ପରେ ସେ ସ୍ୱାସ୍ଥ୍ୟଗତ ସୁବିଧା ନେବାକୁ ପସନ୍ଦ କରିଥିଲେ ଏବଂ ସେହି ସମୟରେ ବିଜେପିରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେତେବେଳେ ଗାଙ୍ଗୁଲିଙ୍କୁ ଦଳର ଚେହେରା କରିବାକୁ ବିଜେପି ଚିନ୍ତା କରୁଥିଲା । ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ହୋଇଛନ୍ତି । ପଶ୍ଚିମବଙ୍ଗରେ ତାଙ୍କର ବିଶାଳ ପ୍ରଶଂସକ ଅଛନ୍ତି । ଗାଙ୍ଗୁଲିଙ୍କୁ ନେଇ ବିଜେପି ମମତା ବାନାର୍ଜୀଙ୍କ ଦୁର୍ଗରେ ପ୍ରବେଶ କରିବାକୁ ଚାହୁଁଛି ଏବଂ ଲୋକସଭା ନିର୍ବାଚନରେ ମଧ୍ୟ ନେତୃତ୍ୱ ନେବାକୁ ଚାହୁଁଛି । ବେଙ୍ଗଲରେ ୪୨ଟି ଲୋକସଭା ଆସନ ଅଛି । ପଶ୍ଚିମବଙ୍ଗର ସିଏମ୍‌ ମମତା ବାନାର୍ଜୀ ଗାଙ୍ଗୁଲିଙ୍କ ଘରେ ଅମିତ ଶାହାଙ୍କ ରାତ୍ରୀ ଭୋଜନ ଅବସରରେ କହିଛନ୍ତି ଯେ ଏଠାରେ ଅତିଥିମାନଙ୍କୁ ସ୍ୱାଗତ କରିବାର ଆମର ପରମ୍ପରା ଅଛି । ମୁଁ ଗାଙ୍ଗୁଲିଙ୍କୁ କହିବାକୁ ଚାହେଁ ଯେ ମିଠା ଦହି)ଶାହଙ୍କୁ ଖାଇବାକୁ ଦିଆଯିବା ଆବଶ୍ୟକ । ଏହା ପଶ୍ଚିମବଙ୍ଗର ଏକ ପ୍ରସିଦ୍ଧ ଖାଦ୍ୟ ।

Comments (0)
Add Comment