ରାୟୁଡୁ କହିଲେ ରୋହିତଙ୍କ ପରେ କିଏ ହେବେ ODI ଅଧିନାୟକ

ନୂଆଦିଲ୍ଲୀ-ରୋହିତ ଶର୍ମା ଏବେବି ଦିନିକିଆ ଅଧିନାୟକ ଭାବେ ରହିଛନ୍ତି । କିନ୍ତୁ କିଛି ଦିନ ହେଲା ତାଙ୍କ ଅବସର ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ତାଙ୍କ ପରେ ଭାରତୀୟ ଦିନିକିଆ ଦଳର କମାଣ଼୍ଡ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଏହାରି ଭିତରେ
ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ମଧ୍ୟ ସଂପର୍କିତ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ସେ ଏହାର ଉତ୍ତର ଦେଇ କହିଛନ୍ତି ତାଙ୍କ ମତରେ ପରବର୍ତ୍ତୀ ଦିନିକିଆ ଅଧିନାୟକ ଭାବେ ଶ୍ରେୟସ ଆୟର ଉପଯୁକ୍ତ ଖେଳାଳି । କାରଣ ସେ ଶାନ୍ତ ସ୍ବାଭାବର ଖେଳାଳି । ସେ KKRକୁ ବିଜେତା କରାଇବା ସହ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଲେ। ସେ ଯେଉଁଭଳି ଭାବରେ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। କେହି ଏହା ଭାବି ମଧ୍ୟ ନଥିଲେ। ସେ ଜଣେ ଅସାଧାରଣ ଅଧିନାୟକ।” ଅନ୍ୟପକ୍ଷରେ, ରାୟୁଡୁ 2027 ODI ବିଶ୍ୱକପ୍ ପର୍ଯ୍ୟନ୍ତ ରୋହିତଙ୍କ ଖେଳିବା ବିଷୟରେ ମଧ୍ୟ ନିଜର ମତ ଦେଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ବିଷୟରେ କହିଥିଲେ, “ତୁମକୁ ଦେଖିବାକୁ ପଡିବ ଯେ କିଏ ତୁମକୁ ବିଶ୍ୱକପ୍ ଜିତାଇ ପାରିବ। ଯଦି ରୋହିତଙ୍କ ଅଧିନାୟକତ୍ୱ ଏହା କରିପାରିବ, ତେବେ ସେ 2027 ପର୍ଯ୍ୟନ୍ତ ଅଧିନାୟକତ୍ୱ ଜାରି ରଖିବା ଉଚିତ। ODIରେ କେହି ରୋହିତଙ୍କ ସ୍ଥାନ ନେଇପାରିବେ ନାହିଁ, ତାଙ୍କର ଅଧିନାୟକତ୍ୱ, ତାଙ୍କ ବ୍ୟାଟିଂ ଏବଂ ଖେଳାଳିଙ୍କ ପ୍ରତି ତାଙ୍କର ଆତ୍ମବିଶ୍ୱାସ, ଏସବୁ ବହୁତ ଗୁରୁତ୍ୱପୂର୍ଣ୍ଣ। 2027 ବିଶ୍ୱକପରେ ରୋହିତ ଅଧିନାୟକ ହେବା ଉଚିତ।”

Comments (0)
Add Comment