ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ଗୁରୁବାର) ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆରମ୍ଭ ହେବ ଚଳିତ ଆଣ୍ଡରସନ- ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ । ଦ୍ୱିତୀୟ ଟେଷ୍ଟ ଜିତି ୧-୧ରେ ସିରିଜ ବରାବର କରିବା ପରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଖେଳାଳି ମଙ୍ଗଳବାର ଅଭ୍ୟାସରୁ ବିରତି ନେଇଥିଲେ ହେଁ ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ଅଭ୍ୟାସ ଶିବିରରୁ ସ୍ପଷ୍ଟ ହୋଇଛି । ଲର୍ଡ୍ସ ଗ୍ରାଉଣ୍ଡରେ ବୁମରା ମୁଖ୍ୟ ଆକର୍ଷଣ ସାଜିଥିଲେ । ଶେଷ ଥର ପାଇଁ ଜୁନ ୨୪ ତାରିଖରେ ବୁମରାଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ହେଡିଂଲେରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଏହା ଥିଲା ପଞ୍ଚମ ଦିବସ । ଉକ୍ତ ଟେଷ୍ଟରେ ସେ ୪୩.୪ ଓଭର ବୋଲିଂ କରିଥିଲେ । ୧୫ଦିନ ପରେ ସେ ପୁଣିଥରେ ମ୍ୟାଚ୍କୁ ଓହ୍ଲାଇବେ ।