ଚେନ୍ନଇ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଜି ଜିମ୍ବାୱେକୁ ଭେଟିବ ଆୟୋଜକ ଭାରତ। ସ୍ଥାନୀୟ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ରାତି ୭ଟାରେ ଗ୍ରୁପ୍-୧’ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ଉଭୟ ଭାରତ ଓ ଜିମ୍ବାୱେ ସୁପର୍-୮ ପର୍ଯ୍ୟାୟରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟବରଣ କରିଛନ୍ତି। ଭାରତ ୭୬ ରନର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। ସେହିଭଳି ଜିମ୍ବାୱେ ମଧ୍ୟ ୧୦୭ ରନରେ ୱେଷ୍ଟଇଣ୍ଡିଜ ନିକଟରୁ ଶୋଚନୀୟ ପରାଜୟବରଣ କରିଥିଲା। ତେଣୁ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଉଭୟ ଦଳକୁ ଏହି ମ୍ୟାଚରେ ଜିତିବା ନିହାତି ଜରୁରୀ ହୋଇପଡ଼ିଛି।