ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ, ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ ଚୟନ କରାଯାଇଛି।ସେହିପରି ସ୍ପିନର କୁଲଦୀପ ଯାଦବ ମଧ୍ୟ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ଆହତ କାରଣରୁ ସେ ବାଦ ପଡ଼ିଥିବା ଜଣାପଡ଼ିଛି।

ଆଜି ବିସିସିଆଇ ପକ୍ଷରୁ ଏ ନେଇ ଟ୍ୱିଇଟ କରି ସୂଚନା ଦିଆଯାଇଛି। କୌଣସି କାରଣ ଯୋଗୁ ରାହୁଲଙ୍କ ଜଙ୍ଘ ଓ ପେଟ ଭିତରେ ଗମ୍ଭୀର ଆଘାତ ଲାଗିଛି। ତେଣେ ନେଟରେ ଅଭ୍ୟାସ କରୁଥିବା ବେଳେ କୁଲଦୀପଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଆଗକୁ ଏହି ଦୁଇ ଖେଳାଳି ନ୍ୟାସନାଲ କ୍ରିକେଟ ଏକାଡେମୀ ବାଙ୍ଗାଲୁରୁ(ଏନସିଏ) ପାଖରେ ରିପୋର୍ଟିଂ କରିବେ। ଏଠାରେ ତାଙ୍କ ଫିଟନେସ ଯାଞ୍ଚ ପରେ ପରବର୍ତ୍ତି ଭବିଷ୍ୟତ ନେଇ ସ୍ଥିର ହେବ।

ସୂଚନା ଥାଉକି, ଚଳିତ ମାସ ୯ରୁ ୧୯ ତାରିଖ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯି

Comments (0)
Add Comment