ଶେଷ ଦିନିକିଆ ଜିତିଲା ଭାରତୀୟ ମହିଳା ଦଳ, ନ୍ୟୁଜିଲାଣ୍ଡ ୪-୧ରେ ସିରିଜ କବଜା କଲା

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶେଷରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଏକ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପରାଜୟ ସତ୍ତେ୍ୱ ନ୍ୟୁଜିଲ୍ୟାଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୪-୧ରେ ଜିତି ନେଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୯ ଉଇକେଟ ହରାଇ ୨୫୧ ରନ କରିଥିଲା । ଭାରତୀୟ ମହିଳାମାନେ ୨୪ ଟି ବାକି ଥାଇ ୪ ଟି ୱିକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲେ । ଭାରତୀୟ ଦଳ ପାଇଁ ସ୍ମୃତି ମନ୍ଧନା ୭୧, ହରମାନପ୍ରୀତ କୌର ୬୩ ଏବଂ ଅଧିନାୟକ ମିତାଲି ରାଜ ଅପରାଜିତ ୫୭ ରନ ସ୍କୋର କରିଛନ୍ତି ।

Comments (0)
Add Comment