ଟି-୨୦ ସିରିଜ ପୂର୍ବରୁ ଭାରତକୁ ଡବଲ ଝଟକା, ଦୀପକଙ୍କ ପରେ ଏହି ଷ୍ଟାର ଖେଳାଳି ବି ବାଦ ପଡିଲେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଫାଷ୍ଟ ବୋଲର ଦୀପକ ଚହରଙ୍କୁ ସିରିଜରୁ ବାଦ୍‌ ଦିଆଯିବା ପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜର ପ୍ଲେୟାର ଅଫ୍‌ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଆହତ କାରଣରୁ ସିରିଜରେ ଖେଳିବେ ନାହିଁ ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି-୨୦ରେ ବୋଲିଂ କରୁଥିବାବେଳେ ଚହର ହାମଷ୍ଟ୍ରିଂ ଆଘାତ ପାଇଥିବା ବେଳେ ସୁର୍ଯ୍ୟକୁମାରଙ୍କ ହାତରେ ଆଘାତ ପାଇଛନ୍ତି । କ୍ରିକବଜ୍‌ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ସିରିଜ୍‌ ପୂର୍ବରୁ ଏକ ଅଭ୍ୟାସ ଅଧିବେଶନରେ ଭାଗ ନେଇଥିଲେ, ସେଠାରେ ତାଙ୍କୁ ଅନଫିଟ ଘୋଷିତ କରାଯାଇଛି । ଖବର ଅନୁଯାୟୀ, ଫିଲ୍ଡିଂ ବେଳେ ଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ିରେ ୩୧ ବର୍ଷୀୟା ଯାଦବ ସାମାନ୍ୟ ଆହତ ହୋଇଥିଲେ ।
ଖବର ଅନୁଯାୟୀ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି ଏବଂ ଜାତୀୟ କ୍ରିକେଟ୍‌ ଏକାଡେମୀ ଯିବେ ଏବଂ ସେଠାରେ କିଛି ଦିନ ରିହାବିଲିଟେସନରେ ରହିବେ ।
ଇଣ୍ଡିଆ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଇଶାନ କିଶନ (ଉଇକେଟ କିପର), ଭେଙ୍କଟେଶ ଆୟର, ଦୀପକ ହୁଡା, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଆଭେଶ ଖାନ

Comments (0)
Add Comment