ଦୁବାଇ : ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଏସିଆ କପ୍ ୨୦୨୨ ରେ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ଚମତ୍କାର ଇନିଂସ ବଳରେ ଭାରତ ବିଜୟୀ ହୋଇଥିଲା । ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ ଦଳର ପରାଜୟର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଆମ ଇନିଂସରେ ଗୋଟିଏ ବି ଭଲ ବାଗିଦାରୀ ହୋଇପାରନଥିଲା । ଯେଉଁଥିପାଇଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ବାବର କହିଛନ୍ତି, ‘ଆମେ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ନେବାକୁ ଚାହୁଁଥିଲୁ । ଶେଷ ଓଭରରେ ନୱାଜ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫଳାଫଳ ଆମ ସପକ୍ଷରେ ନଥିଲା । ବ୍ୟାଟିଂରେ ଆମର ଭଲ ଭାଗିଦାରୀ ନଥିଲା । ଯଦି ଅତିକମରେ ୫୦ ରନ୍ ର ସହଭାଗୀତା କୌଣସି ଉଇକେଟ ପାଇଁ ହୋଇଥାନ୍ତା ତାହା ମ୍ୟାଚର ଗତି ଭିନ୍ନ ହୋଇଥାନ୍ତା ବୋଲି ସେ କହଛନ୍ତି । ଆମକୁ ଆଉ କିଛି ରନ କରିବାର ଥିଲା ବୋଲି ସେ କହିଛନ୍ତି ।
ଦ୍ରୁତ ବୋଲର ନାସିମ ଶାହାଙ୍କ ବିଷୟରେ ବାବର ଆଜାମ କହିଛନ୍ତି, ସେ ଡେବ୍ୟୁ ମ୍ୟାଚରେ ଯେଭଳି ଭାବେ ପ୍ରଦର୍ଶନ କଲେ ତାହା ଅତି ଚମକ୍ରାର ଥିଲା । ସେ ଆମକୁ ଶାହିନ ଆଫ୍ରିଦିଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ । ସ ନୂଆ ବଲ ସହ ଭଲ ବୋଲିଂ କରିଥିଲେ । ନାସିମ ଶାହାଙ୍କ ଆଘାତ ସମ୍ପର୍କରେ ଏକ ଅଦ୍ୟତନ ଦେଇ ବାବର କହିଛନ୍ତି, ‘ତାଙ୍କୁ କେବଳ କଷ୍ଟ ହୋଇଛି, ଚାପ ସମୟରେ ଏମିତି ହୋଇଥାଏ ବୋଲି ବାବ କହିଛନ୍ତି । ସେ ବର୍ତ୍ତମାନ ଡେବ୍ୟୁ କରିଛନ୍ତି କିନ୍ତୁ ସେ ଦେଖାଇଥିବା ଆତ୍ମବିଶ୍ୱାସ ଏବଂ ଆକ୍ରୋଶ ଚମତ୍କାର ଥିଲା ।
ଟସ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ବାବର କହିଛନ୍ତି, ‘ଯଦି ଆମେ ମ୍ୟାଚ୍ରେ ଟସ୍ ଜିତିଥାନ୍ତୁ ତେବେ ଆମେ ପ୍ରଥମେ ବୋଲିଂ କରିଥାନ୍ତୁ, କିନ୍ତୁ ଏହା ଏକ ବାହାନା ନୁହେଁ । ଯଦିଓ ଟସ୍ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ । ତୁମର ପ୍ରୟାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ବେଳେବେଳେ ମ୍ୟାଚ୍ ୧୨୦ ସ୍କୋରରେ ମଧ୍ୟ ଜିତେ ହୁଏ ଏବଂ ବେଳେବେଳେ ୧୫୦ ରେ ମଧ୍ୟ ହାରିବାକୁ ପଡିଥାଏ । ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ମହାନ ଅଲରାଉଣ୍ଡର । ସେ ବୋଲିଂ ଏବଂ ପରେ ବ୍ୟାଟିଂରେ ମଧ୍ୟ ଚମତ୍କାର କରିଥିଲେ । ସେ ବ୍ୟାଟିଂରେ ଭଲ ମ୍ୟାଚ୍ ଶେଷ କରିଥିଲେ ।