କଟକ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହୁ ନେଇ ଉଭୟ ଦଳର ଖେଳାଳିମାନେ ଗତକାଲି ଜୋରଦାର ଅଭ୍ୟାସ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।
ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ୱେନ୍ ପର୍ଣ୍ଣେଲ୍ ପ୍ରାକ୍ଟିସ ବେଳେ କହିଛନ୍ତି ଯେ ଭାରତ ଏକ ଭଲ ଦଳ । ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଏହି ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଦକ୍ଷିଣ ଆଫ୍ରିକା ଟିମ୍ ଅପରିବର୍ତ୍ତିତ ରହିବା ନେଇ ସେ ସୂଚନା ଦେଇଛନ୍ତି । ସେପଟେ ଭାରତ କଟକରେ କମ୍ ବ୍ୟାକ୍ କରିବ ବୋଲି ଦୃଢତାର ସହ କହିଛନ୍ତି ଭୁବନେଶ୍ୱର କୁମାର । ବାରବାଟୀରେ କିଏ ମାରିବ ବାଜି? ତାକୁ ସମସ୍ତଙ୍କ ଅପେକ୍ଷା ।