ବାରବାଟୀ ମ୍ୟାଚ୍‌ ମାମଲା ଖାରଜ, ଟି-୨୦ ମ୍ୟାଚ୍‌ ଉପରୁ ଟଳିଲା ଆଶଙ୍କା

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ସଂପର୍କିତ ମାମଲା ଆଜି ଖାରଜ ହୋଇଛି। ମ୍ୟାଚ୍‌ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍‌ ଉପରୁ ଟଳିଲା ଆଶଙ୍କା। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଲେ ଏଜି। ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ନେଇ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ଆଶ୍ୱାସନା ଦେଲେ। ଏଜିଙ୍କ ଆଶ୍ୱାସନା ଭିତ୍ତିରେ ମାମଲା ଖାରଜ କରିଛନ୍ତି ହାଇକୋର୍ଟ।

ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଂଜୟ ନାୟକ ହାଇକୋର୍ଟରେ ଆବେଦନ କରିଥିଲେ। ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ଶ୍ରୀ ନାୟକ ଆବେଦନରେ ଦର୍ଶାଇଥିଲେ। 

Comments (0)
Add Comment