ଷ୍ଟାର୍କ ଆଉ ଖେଳିବେନି ଟି-୨୦

ନୂଆଦିଲ୍ଲୀ- ଟି-୨୦ କ୍ରିକେଟରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅବସର ଘୋଷଣା କରିଛନ୍ତି। ଆଗକୁ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ବାମହାତୀ ବୋଲର ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାବେଳେ ୭୯ ଉଇକେଟ ହାସଲ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ଆଦାମ ଜାମ୍ପାଙ୍କ ପରେ ଷ୍ଟାର୍କ ଟି-୨୦ରେ ଅଷ୍ଟ୍ରେଲିଆର ୨ୟ ସର୍ବାଧିକ ଉଇକେଟ ହାସଲକାରୀ।

ଷ୍ଟାର୍କ କହିଛନ୍ତି ଯେ, ଟେଷ୍ଟ କ୍ରିକେଟକୁ ସେ ସବୁଠୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ତେଣୁ ସେ ଦିଗରେ ସେ ଅଧିକ ଧ୍ୟାନ ଦେବେ। ତାଙ୍କର ଏହି ନିଷ୍ପତ୍ତି ଫଳରେ ଆଗାମୀ ଟି-୨୦ ବିଶ୍ଵକପ ପାଇଁ ଦଳକୁ ନୂଆ ବୋଲର ଚୟନ କରିବାକୁ ଯଥେଷ୍ଟ ସମୟ ମିଳିବ ବୋଲି ମଧ୍ୟ ସେ କହିଛନ୍ତି।

Comments (0)
Add Comment