କୋହଲି ଭାଙ୍ଗିବେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ:ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କିଙ୍ଗ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ ଆକଳନରୁ ମାତ୍ର ୩୫ ରନ ଦୂରରେ ଅଛନ୍ତି।
ଚେନ୍ନାଇ ଟେଷ୍ଟ ପୂର୍ବରୁ ସେ ଏହି ଆକଳନରୁ ୫୮ ରନ ଦୂରରେ ଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ୍‌ରେ ପହଞ୍ଚିବାରେ ତେନ୍ଦୁଲକର ଦ୍ରୁତତମ ଖେଳାଳି। ସେ ୬୨୩ ଇନିଂସରେ (୨୨୬ ଟେଷ୍ଟ ଇନିଂସ, ୩୯୬ ଦିନିକିଆ ଇନିଂସ, ଗୋଟିଏ ଟି-୨୦ ଇନିଂସ) ରେ ଏହା କରିଥିଲେ। କୋହଲି ଏପର୍ଯ୍ୟନ୍ତ ସମସ୍ତ ଫର୍ମାଟ ସହିତ ୫୯୩ ଇନିଂସରେ ୨୬୯୬୫ ରନ ସ୍କୋର କରିଛନ୍ତି।

Comments (0)
Add Comment