ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ୭ ୱିକେଟରେ ହାରିଛି । ଏହା ସତ୍ତେ୍ୱ ଦଳ ପାଇଁ କେତେକ ସକାରାତ୍ମକ ଦିଗ ରହିଛି । ଷ୍ଟାର ଖେଳାଳିଙ୍କ ବିନା ବିନା ଖେଳି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବୋଲିଂ ସମ୍ମୁଖରେ ଏକ ବିରାଟ ସ୍କୋର କରିଥିଲା । ଭାରତୀୟ ଦଳର ଷ୍ଟାର ଓପନର୍ ଇଶାନ୍ କିଶାନ୍ ତାଙ୍କର ଦୃଢ ଇନିଂସ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ୨୩ ବର୍ଷୀୟ ଷ୍ଟାରଙ୍କ ଇନିଂସରେ ପ୍ରଭାବିତ ହୋଇଥିଲେ । ପ୍ରଥମ ଟି -୨୦ରେ ନିସ୍ୱାର୍ଥପର ବ୍ୟାଟିଂ ପାଇଁ ସେ କିଶନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।
ପ୍ରଥମେ ବ୍ୟାଟିଂ କରି କିଶାନଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଭାରତ ୨୧୧ ରନ୍ ସଂଗ୍ରହ କରିଥିଲା । ପ୍ରଥମ କିଛି ଓଭରରେ ସଂଘର୍ଷ କରିବା ପରେ କିଶନ ତାଙ୍କ ଇନିଂସରେ ୧୧ ଚୌକା ଓ ୩ ଛକା ମାରିଥିଲେ ।
ଗମ୍ଭୀର ଷ୍ଟାର ସ୍ପୋର୍ଟସ ସହ ଆଲୋଚନା ବେଳେ କହିଛନ୍ତି, “ମୁଁ ଇଶାନଙ୍କ ପାଖରେ ଏକ ଭଲ ଗୁଣ ଦେଖିବାକୁ ପାଇଲି । ଗୋଟିଏ ଓଭରରେ ୨୦ ରନ କରି ସାରିବା ପରେ ପ୍ରାୟତଃ ଖେଳାଳି ସିଙ୍ଗଲ ନେଇ ଅନ୍ୟ ଓଭରରେ ସୁଯୋଗ ନେବାକୁ ଚାହିଁଥାନ୍ତି । କିନ୍ତୁ କିନ୍ତୁ ସେ ଚାହୁଁଥିଲେ ଯେ ୨୦ ରନ୍କୁ ୨୬ ରନ୍ରେ ରୂପାନ୍ତରିତ କରିବାକୁ । ଟି-୨୦ କ୍ରିକେଟରେ ଆପଣ ଦେଖିବାକୁ ଚାହୁଁଥିବା ଏହି ପ୍ରକାରର ବ୍ୟାଟିଂ, ଆପଣ ଏହାକୁ ନିସ୍ୱାର୍ଥପର ବ୍ୟାଟିଂ ବୋଲି କହିବା ଉଚିତ୍ ।
ସେହିପରି ଗମ୍ଭୀର ଇଶାନଙ୍କୁ “ବିପଜ୍ଜନକ ବ୍ୟାଟ୍ସମ୍ୟାନ୍” ବୋଲି କହିଥିଲେ ଏବଂ ଆଇପିଏଲ୍ ୨୦୨୨ ନିଲାମରେ ଏହି ଖେଳାଳିଙ୍କ ମୂଲ୍ୟବୃଦ୍ଧି ପଛରେ ଏହା ହିଁ କାରଣ ବୋଲି ସେ କହିଥିଲେ ।