ହରାରେ : ଘରୋଇ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଦଳକୁ ଭାରତ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍ ଜିଣି ଏହି ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଗତ ମ୍ୟାଚରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିବା ଦୀପକ ଚହରଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁର ଦଳରେ ସାମିଲ ହୋଇଛନ୍ତି । ସେହିପରି ଜିମ୍ବାୱେ ଦଳରେ ଦୁଇଟି ପରିବର୍ତ୍ତନ ହୋଇଥିବା ଦଳର ଅଧିନାୟକ କହିଛନ୍ତି ।
ଭାରତ ଦଳ- ଶିଖର ଧାୱନ, ଶୁଭମାନ ଗିଲ, ଇଶାନ କିଷାନ, କେଏଲ ରାହୁଲ(ଅଧିନାୟକ), ସଞ୍ଜୁ ସାମସନ(ଉଇକେଟ କିପର), ଦୀପକ ହୁଡା, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା