ଭାରତ-ପାକ୍ ଏସିଆ କପ୍ ମ୍ୟାଚ୍ ପାଇଁ ରେଫରୀଙ୍କ ନାମ ଘୋଷଣା

ଦୁବାଇ: ଏସିଆନ୍‌ କ୍ରିକେଟ୍‌  କାଉନସିଲ୍‌ (ଏସିସି) ପକ୍ଷରୁ ଆଜି ଏସିଆ  କପ୍‌ ପାଇଁ ମ୍ୟାଚ୍‌ ଅଫିସିଆଲ୍‌ ତାଲିକା ଘୋଷଣା  କରାଯାଇଛି । ଏଥିରେ ୨ଜଣ ମ୍ୟାଚ୍‌ ରେଫରୀଙ୍କ  ସମେତ ୧୦ଜଣ ଅମ୍ପାୟାର ସାମିଲ ରହିଛନ୍ତି ।  ଅମ୍ପାୟାର ତାଲିକାରେ ଭାରତରୁ ବୀରେନ୍ଦର  ଶର୍ମା ଓ ରୋହନ ପଣ୍ଡିତଙ୍କୁ ସ୍ଥାନ ମିଳିଛି ।  ରିଚି ରିଚାର୍ଡସନ ଓ ଆଣ୍ଡି ପାଏକ୍ରଫ୍ଟ ମ୍ୟାଚ୍‌  ରେଫରୀ ଭାବେ ସ୍ଥାନ ପାଇଛନ୍ତି । ଆସନ୍ତା ୧୪  ତାରିଖରେ ଖେଳାଯିବାକୁ ଥିବା ବହୁଚର୍ଚ୍ଚିତ  ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଶ୍ରୀଲଙ୍କାର  ରୁଚିରା ପଲିୟାଗୁରୁଗେ ଏବଂ ବାଂଲାଦେଶର  ମସୁଦୁର ରହମାନ ପଡ଼ିଆ ଅମ୍ପାୟାର ଏବଂ  ପାଏକ୍ରଫ୍ଟ ମ୍ୟାଚ୍‌ ରେଫରୀ ନିଯୁକ୍ତ ହୋଇଛନ୍ତି ।

ଅଫିସିଆଲ୍‌ ତାଲିକା: ମ୍ୟାଚ୍‌ ରେଫରୀ- ରିଚି  ରିଚାର୍ଡସନ, ଆଣ୍ଡି ପାଏକ୍ରଫ୍ଟ । ଅମ୍ପାୟାର-ବୀରେନ୍ଦର ଶର୍ମା, ରୋହନ ପଣ୍ଡିତ, ରବୀନ୍ଦ୍ର  ୱିମାଲାସିରି, ରୁଚିରା ପଲିୟାଗୁରୁଗେ, ଅହମ୍ମଦ  ପକଟିନ, ଇଜାତୁଲ୍ଲା ସଫି, ଆସିଫ୍‌ ୟାକୁବ, ଫୈଜଲ  ଆଫ୍ରିଦି, ଗାଜି ସୋହେଲ, ମସୁଦୁର ରହମାନ । 

Comments (0)
Add Comment