ଭାରତ-ବାଂଲାଦେଶ ତୃତୀୟ ଟି-୨୦ ପାଇଁ ପ୍ରହଲ୍ଲାଦ ତ୍ରିପାଠୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ନବରଙ୍ଗପୁର: ହାଇଦ୍ରାବାଦଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପର୍ଯ୍ୟବେକ୍ଷକ ଭାବରେ ମନୋନୀତ ହୋଇଛନ୍ତି ନବରଙ୍ଗପୁର କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ । ବୋର୍ଡ ଅଫ କଣ୍ଟ୍ରଲ କ୍ରିକେଟ ଫର ଇଣ୍ଡିଆ ଏହି ବିଷୟ ବସ୍ତୁକୁ ନେଇ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ଏକ ଚିଠି ପ୍ରେରଣ କରିଛି । ଏକ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ତଥା ସମସ୍ତ ନବରଙ୍ଗପୁରବାସୀଙ୍କ ଏହା ଏକ ଗର୍ବର ବିଷୟ ବୋଲି କ୍ରୀଡାବିତମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଏହି ଖବର ପ୍ରାପ୍ତ ହେଲା ପରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାଶିଷ ପଟ୍ଟନାୟକ, ଉପସଭାପତି ଶୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଅଶୋକ ନାୟକ, ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଲାଲ ମହମ୍ମଦ ଖାନ, ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶ୍ରୀ ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment