ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲେ ଜାଫର, ଏହି ଖେଳାଳିଙ୍କୁ କଲେ ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ ଭାରତକୁ ଜୁନ୍‌ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରି ଖେଳିବାକୁ ପଡିବ । ଏହି ସିରିଜ୍‌ ପାଇଁ ଆଜି ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ସିରିଜ୍‌ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତା ଦୁଇଟି ଭିନ୍ନ ଦଳ ଚୟନ କରିପାରିବେ ବୋଲି ବିଶ୍ୱାସ କରାଯାଉଛି । ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଜୁନିୟରମାନେ ଆନ୍ତର୍ଜାତୀୟ କ୍ରିକେଟ୍‌ ରେ ଡେବ୍ୟୁ କରିବାର ସୁଯୋଗ ମିଳିବ ବୋଲି ବିଶ୍ୱାସ କରାଯାଉଛି । ସୂର୍ଯ୍ୟକୁମାର ଯାଦବ ଏବଂ ଦୀପକ ଚହରଙ୍କ ଭଳି ଖେଳାଳିମାନେ ଆହତ ଅବସ୍ଥାରେ ଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ନୂଆ ଚେହେରାଙ୍କୁ ମିଳିପାରେ ସୁଯୋଗ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଦଳ ଆଜି ଘୋଷଣା କରିଛନ୍ତି ପୂର୍ବତନ ଓପନର ତଥା କ୍ରିକେଟ ସମୀକ୍ଷକ ୱାସିମ ଜାଫର ।
ଅନେକ ଯୁବ ଖେଳାଳି ଆଇପିଏଲ୍‌ ୨୦୨୨ ରେ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଏହାକୁ ଧ୍ୟାନରେ ରଖି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ୍‌ ଜାଫର୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ତାଙ୍କ ଦଳ ଚୟନ କରିଛନ୍ତି । ଏକ କ୍ରିକେଟ ସୋ’ରେ ଜାଫର୍‌ କହିଛନ୍ତି ଯେ ପେସର୍‌ ଉମ୍ରାନ୍‌ ମଲିକ୍‌ ତାଙ୍କ ଖେଳକୁ ଅଧିକ ବିବିଧ କରିବା ପାଇଁ ଅଧିକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଜାଫର ଶିଖର ଧାୱନ, ରିତୁରାଜ ଗାଇକୱାଡ ଏବଂ ପୃଥ୍ୱୀ ସୋଙ୍କୁ ଓପନର୍‌ ଭାବେ ବାଛିଛନ୍ତି । ଏହା ବ୍ୟତୀତ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଦଳର ଅଧିନାୟକ କରିଛନ୍ତି । ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏହା ମଧ୍ୟ କହିଛନ୍ତି ଯେ ରାହୁଲ ତ୍ରିପାଠୀ ଏବଂ ହର୍ଷଲ ପଟେଲଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ ।
ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ୱାସିମ୍‌ ଜାଫରଙ୍କ ଭାରତୀୟ ଟି -୨୦ ଦଳ: ଶିଖର ଧାୱନ, ରିତୁରାଜ ଗାଇକୱାଡ, ପୃଥ୍ୱୀ ସୋ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ତିଲକ ବର୍ମା, ଦିନେଶ କାର୍ତ୍ତିକ, ୟୁଜେଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ, କୁଲଦୀପ ଯାଦବ, ମୋହସିନ୍‌ ଖାନ / ଟି ନଟରାଜନ୍‌ ।

Comments (0)
Add Comment