ନୂଆଦିଲ୍ଲୀ : ଆଜି ସଂଧ୍ୟା ସାଢେ ୭ଟାରେ ଏସିଆ କପରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିବ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ଏହି ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି । ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବର୍ତ୍ତମାନ କରୋନା (କୋଭିଡ -୧୯) ନେଗେଟିଭ ହୋଇ ଦଳରେ ଯୋଗ ଦେଇଛନ୍ତି । ଏଥି ସହ ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଭିଭିଏସ୍ ଲକ୍ଷ୍ମଣ ଭାରତ ଫେରିଛନ୍ତି । ବର୍ତ୍ତମାନ ସେ ବାଙ୍ଗାଲୋରରେ ଇଣ୍ଡିଆ-ଏର ବିଦେଶ ଗସ୍ତର କାର୍ଯ୍ୟକ୍ରମ ଦେଖିବେ ।
ବିସିସିଆଇ ସୂଚନା ଦେଇଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କରୋନାରୁ ସୁସ୍ଥ ହୋଇ ଦୁବାଇରେ ଦଳରେ ଯୋଗ ଦେଇଛନ୍ତି । ସେ ବର୍ତ୍ତମାନ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦଳର ନେତୃତ୍ୱ ନେବେ ।
ସୂଚନାଯୋଗ୍ୟଯେ ରାହୁଲ ଦ୍ରାବିଡ ଦୁବାଇ ଯିବା ପୂର୍ବରୁ କରୋନା ପରୀକ୍ଷା କରାଯାଇଥିଲା, ଯାହା ପରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲେ । ତାଙ୍କ ସ୍ଥାନରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଭିଭିଏସ୍ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା । ଏହା ପରେ ରାହୁଲ ଦ୍ରାବିଡ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆରେ ଯୋଗଦେବେ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେ କରୋନା ଠାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି ।