ନୂଆଦିଲ୍ଲୀ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଶେଷ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଛି । ଭାରତର ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଭାରତୀୟ ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଦୀପକ ଚହର ଏବଂ ଆବେଶ ଖାନ ସ୍ଥାନ ପାଇଛନ୍ତି । ବ୍ୟାଟିଂ ୟୁନିଟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି ଏବଂ ଆଜି କେ.ଏଲ୍ ରାହୁଲଙ୍କ ଦଳ କ୍ଲିନି ସୁଇପ ଉପରେ ନଜର ରଖିବେ ।
ଭାରତୀୟ ଦଳୃଶିଖର ଧାୱନ, କେ.ଏଲ୍ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସଞ୍ଜୁ ସାମସନ (ଉଇକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କୁଲଦୀପ ଯାଦବ, ଆଭେଶ ଖାନ