ବାଂଲାଦେଶ ଗସ୍ତରୁ ଦୁଇ ଷ୍ଟାର ଖେଳାଳି ବାଦ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ଟିମ୍‌ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରିଛି । ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ୟଶ ଦୟାଲ ଟିମ୍‌ ଇଣ୍ଡିଆ ସହିତ ବାଂଲାଦେଶ ଗସ୍ତରେ ଯିବେ ନାହିଁ । ଉଭୟ ଖେଳାଳି ଆହତ ହୋଇଛନ୍ତି ଏବଂ ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି । ଜାଡେଜା ଏବଂ ୟଶ ଦିୟାଲଙ୍କ ସ୍ଥାନରେ ଦ୍ରୁତ ବୋଲର କୁଲଦୀପ ସେନ ଏବଂ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସାମିଲ କରାଯାଇଛି । ବୁଧବାର ବିସିସିଆଇ ଏ ବିଷୟରେ ସୂଚନା ଦେଇଛି ।
ୟଶ ଦୟାଲଙ୍କ ତଳ ପିଠିରେ ଆଘାତ ଲାଗିଛି ବୋଲି ବିସିସିଆଇ ସୂଚନା ଦେଇଛି । ଏଥି ସହ ରବିନ୍ଦ୍ର ଜାଡେଜା ଆହତ ଅବସ୍ଥାରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । ସୂଚନାଯୋଗ୍ୟ ଯେ,ଏସିଆ କପ୍‌ ସମୟରେ ରବିନ୍ଦ୍ର ଜାଡେଜା ଆହତ ହୋଇଥିଲେ ଏବଂ ସେ ଟି -୨୦ ବିଶ୍ୱକପ ୨୦୨୨ ରେ ଟିମ୍‌ ଇଣ୍ଡିଆର ଅଂଶ ହୋଇପାରିନଥିଲେ ।
ଦଳ-ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌ ରାହୁଲ (ଉପ-ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟାସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ଉଇକେଟ କିପର), ଇଶାନ କିଶନ (ଉଇକେଟ କିପର), ଶାହବାଜ ଅହମ୍ମଦ, ଅକ୍ଷର ପଟେଲ, ୱାଶିଂଟନ୍‌ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର ଏବଂ କୁଲଦୀପ ସେନ୍‌ ।

Comments (0)
Add Comment