ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳରୁ ବାଦ ପଡିଲେ ଏହି ତିନି ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଆୟୋଜକମାନେ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି । ଏହି କାରଣରୁ ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳିଙ୍କୁ ସେମାନଙ୍କର ଆଗାମୀ ଭାରତ ଗସ୍ତରୁ ବାଦ୍‌ ଦିଆଯାଇଛି । ଗୋଟିଏ ପ୍ରକାରେ, ଅଷ୍ର୍ଟ୍ରେଲିଆଦଳର ଟି -୨୦ ବିଶ୍ୱକପ ୨୦୨୨ ପାଇଁ ପ୍ରସ୍ତୁତି ପାଇଁ ଏହା ଏକ ବଡ ଝଟକା ଲାଗିଛି ।
ପେସର ମିଚେଲ ଷ୍ଟାର୍କ (ଆଣ୍ଠୁ) ଏବଂ ଅଲରାଉଣ୍ଡର ମିଚେଲ ମାର୍ଶ (ଗୋଡ) ଏବଂ ମାର୍କସ ଷ୍ଟୋଇନିସ (ସାଇଡ) ଆହତ କାରଣରୁ ଭାରତ ଗସ୍ତରୁ ବଞ୍ଚିତ ହେବେ । ତେବେ ସେମାନେ ୨୨ ଅକ୍ଟୋବରରେ ହେବାକୁ ଥିବା ଟି -୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଷ୍ର୍ଟ୍ରେଲିଆର ଉଦଘାଟନୀ ମ୍ୟାଚ ପାଇଁ ଫିଟ୍‌ ହେବେ ବୋଲି ଆଶା କରାଯାଉଛି ।
ଆହତ ଖେଳାଳିଙ୍କ ବଦଳରେ ଦ୍ରୁତ ବୋଲର ନାଥାନ୍‌ ଏଲିସ୍‌, ଡାନିଏଲ୍‌ ସାମସ୍‌ ଏବଂ ସିନ୍‌ ଆବଟ୍ଟ ୧୫ ଜଣିଆ ଦଳରେ ସାମିଲ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ । ଏହି ତିନି ଖେଳାଳି ତିନି ଏହି ସପ୍ତାହ ଶେଷରେ ଭାରତ ଅଭିମୁଖେ ଯାତ୍ରା କରିବାକୁ ଯାଉଛନ୍ତି ।
ଷ୍ଟୋଇନିସଙ୍କ ଆଘାତ ଟିମ୍‌ ଡେଭିଡଙ୍କ ପାଇଁ ଅଷ୍ର୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ବାଟ ଖୋଲିପାରେ, ସେହିପରି ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ମିଚେଲ ମାର୍ଶଙ୍କ ଅନୁପସ୍ଥିତିରେ ଏକାଦଶରେ ସ୍ଥାନ ପାଇପାରନ୍ତି ।
ଅଷ୍ର୍ଟ୍ରେଲିଆର ଦଳ
ଆରୋନ୍‌ ଫିଞ୍ଚ (ଅଧିନାୟକ), ସିନ୍‌ ଆବଟ୍ଟ, ଆଷ୍ଟନ୍‌ ଅଗର, ପ୍ୟାଟ୍‌ କମିନ୍ସ, ଟିମ୍‌ ଡେଭିଡ୍‌, ନାଥାନ୍‌ ଏଲିସ୍‌, କ୍ୟାମେରନ୍‌ ଗ୍ରୀନ୍‌, ଜୋସ୍‌ ହାଜଲେଉଡ୍‌, ଜୋସ୍‌ ଇଂଲିସ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, କେନ୍‌ ରିଚାର୍ଡସନ, ଡାନିଏଲ୍‌ ସାମସ୍‌, ଷ୍ଟିଭ୍‌ ସ୍ମିଥ୍‌, ମାଥ୍ୟୁ ୱେଡ୍‌, ଆଡାମ ଜାମ୍ପା

Comments (0)
Add Comment