ଅଲରାଉଣ୍ଡର ହେବାକୁ ଚାହାଁନ୍ତି ଶ୍ରେୟସ ଆୟର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ସେ ମାତ୍ର ୨୮ଟି ବଲରେ ୫୭ ରନ କରି ଅପରାଜିତ ରହିଥିଲେ । ଏହି ଇନିସଂରେ ୫ଟି ଚୌକା ଓ ୨ ଛକା ସାମିଲ ଥିଲା । ତାଙ୍କର ଏହି ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୧୯୯ ରନ କରି ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ ଦେଇଥିଲା । ଦଳ ପରେ ଶ୍ରୀଲଙ୍କା ଏହି ମ୍ୟାଚରେ ୬୨ ରନରେ ହରାଇ ସିରିଜରେ ୧-୦ରେ ଆଗରେ ରହିଛି । ମ୍ୟାଚ ପରେ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ପ୍ରକାଶ କରିଛନ୍ତି ଯେ ସେ ମଧ୍ୟ ଅଲରାଉଣ୍ଡର ହେବାକୁ ଚାହୁଁଛନ୍ତି । ଏଥିପାଇଁ ମ୍ୟାଚ ସମୟରେ ଜୟପ୍ରୀତ ବୁମ୍ରାଙ୍କ ଠାରୁ ବୋଲିଂ ଦାବି କରିଥିଲେ ମଧ୍ୟ ସେ ବୋଲିଂ ପାଇ ନଥିଲେ ।
ମ୍ୟାଚ୍‌ ପରେ ଶ୍ରେୟସ୍‌ ଆୟର ହସିକି କହିଥିଲେ, ‘ନିୟମିତ ଅଧିନାୟକ ରୋହିତ ଇନିଂସର ୧୬ ତମ ଓଭରରେ ପଡିଆ ବାହାରକୁ ଯାଇଥିଲେ । ଏହି ସମୟରେ ବୁମ୍ରା ଅଧିନାୟକତ୍ୱ କରିଥିଲେ । ମୋତେ ବୋଲିଂ ଦେବା ପାଇଁ ମୁଁ ତାଙ୍କୁ କହିବାକୁ ଚେଷ୍ଟା କରିଥିଲି କିନ୍ତୁ ସେ ରାଜି ହୋଇନଥିଲେ । ତାଙ୍କ ବ୍ୟାଟିଂକୁ ନେଇ ସେ କହିଛନ୍ତି ଯେ,ମୋର ମନ୍ଥର ଆରମ୍ଭ ଥିଲା କିନ୍ତୁ ଗୋଟିଏ କଥା ହେଲା ଏହି ପିଚ୍‌ ସହଜ ନଥିଲା । ତଥାପରି ପରେ ମୁଁ ସେଟ୍‌ ହେବା ପରେ ଭଲ ବ୍ୟାଟିଂ କରିଥିଲି ।
ଆୟର କିଶାନଙ୍କ ସହ ୩୧ ଟି ବଲରେ ୪୪ ରନର ଚମତ୍କାର ଭାଗିଦାରୀ ଏବଂ ପରେ ରବିନ୍ଦ୍ର ଜାଡେଜାଙ୍କ ସହ ୧୮ବଲରେ ୪୪ ରନ୍‌ ସଂଗ୍ରହ କରିଥିଲେ । କିଷାନଙ୍କ ସହ ତାଙ୍କ ବ୍ୟାଟିଂ ବିଷୟରେ ସେ କହିଛନ୍ତି, ‘ଇଶାନ ମଧ୍ୟ ଏକ ସମୟରେ ଧୌର୍ଯ୍ୟ ହରାଉଥିଲେ, ତେଣୁ ମୁଁ ତାଙ୍କୁ ସମୟ ନେବାକୁ ଏବଂ ଆରାମରେ ଖେଳି ଆଗକୁ ବଢିବାକୁ କହିଥିଲି । ପଡିଆ ବହୁତ ବଡ ଥିଲା । ତେଣୁ ଆମେ ଗ୍ୟାପରେ ଖେଳି ୨ ରନ ଲେଖାଏଁ ଅର୍ଜନ କରିବାକୁ ଚେଷ୍ଟା କରିଥିଲୁ । ପିଚରେ ୧୮୦ ଭଲ ସ୍କୋର ବୋଲି ମୁଁ ଭାବିଥିଲି ବୋଲି ସେ କହିଛନ୍ତି ।

Comments (0)
Add Comment