ନୂଆଦିଲ୍ଲୀ : ଆସନ୍ତା ବର୍ଷଠାରୁ ଆଇପିଏଲ୍ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମ୍ର ମାଲିକାନା ଆଇପିଏଲ୍ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟମାନେ ଏବେ ଆଇପିଏଲ ସହ ବିଦେଶୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଟିମ୍ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ୨୦୨୩ ମସିହାରେ ଏହି ଲିଗ୍ ଖେଳାଯିବ । ଏଥିପାଇଁ ୬ଟି ଯାକ ଟିମର ମାଲିକାନା ଆଇପିଏଲ୍ ମାଲିକମାନେ ହାତେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସର ମାଲିକ ଜୋହାନ୍ସବର୍ଗ ଟିମ୍ କିଣିଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସର ମାଲିକ କେପଟାଉନ୍,ସନରାଇଜର୍ସ ହାଇଦ୍ରାବାଦର ମାଲିକ ପୋର୍ଟ ଏଲିଜାବେଥ,ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ ପ୍ରିଟୋରିଆ,ଲକ୍ଷେ୍ନø ସୁପରଜ୍ୟାଣ୍ଟସର ମାଲିକ ଡରବାନ ଓ ରାଜସ୍ଥାନ ରୟାଲ୍ସ ଦଳର ମାଲିକ ପାର୍ଲ ଟିମକୁ କିଣିଥିବା ସୂଚନା ମିଳିଛି । ଏହି ନିଲାମ ପ୍ରକ୍ରିୟା ବିଧିବଦ୍ଧ ହୋଇନଥିଲେ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ରିଲାଏନ୍ସ, ଆରପିଏସଜି ଗ୍ରୁପ,ସନ ଟିଭି,ଚେନ୍ନାଇ ସୁପର କିଙ୍ଗସ୍ କ୍ରିକେଟ୍ ଲିମିଟେଡ୍, ରୟାଲ୍ସ ସ୍ପୋର୍ଟସ ଗ୍ରୁପ ଓ ଜେଏସଡବ୍ଲ୍ୟୁ ସ୍ପୋର୍ଟସ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ଦଳର ମାଲିକାନା ହାସଲ କରିଥିବା ଜଣାପଡିଛି । କେବଳ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲିଗ୍ ନୁହେଁ, ବିଶ୍ୱର ଅନ୍ୟ କ୍ରିକେଟ ଲିଗରେ ମଧ୍ୟ ଭାରତୀୟମାନେ ମାଲିକାନା ହାସଲ କରିଛନ୍ତି ।