ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍‌ ଆଜି (ଜୁନ୍‌ ୨୬) ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍‌ ରାତି ୯ ଟାରେ ହେବ । ଏହି ମ୍ୟାଚ୍‌ ଆୟର୍ଲାଣ୍ଡର ଡବଲିନ୍‌, ମାଲାଡିହରେ ଅନୁଷ୍ଠିତ ହେବ । ସମସ୍ତ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଏହି ମ୍ୟାଚରେ ଭାରତୀୟ ଦଳ ପ୍ଲେଇଙ୍ଗ ଏକାଦଶ । କ୍ରିକେଟ ପଣ୍ଡିତଙ୍କ କହିବା ଅନୁଯାୟୀ ଯେ, ଦ.ଆଫ୍ରିକା ବିପକ୍ଷରେ ଖେଳିଥିବା ଏକାଦଶ ଏହି ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିବ । ଟେଷ୍ଟ ଦଳରେ ସାମିଲ ଥିବା ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନ କିମ୍ବା ଦୀପକ ହୁଡ୍ଡାଙ୍କୁ ସ୍ଥାନ ମିଳିପାରେ ।
ଭାରତୀୟ ସମ୍ଭାବ୍ୟ ଏକଦାଶ : ଇଶାନ କିଶନ, ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜଭେନ୍ଦ୍ର ଚହଲ, ଆଭେଶ ଖାନ

ଆୟର୍ଲାଣ୍ଡ ସମ୍ଭାବ୍ୟ ଏକାଦଶ: ପଲ୍‌ ଷ୍ଟିରଲିଂ, ଆଣ୍ଡ୍ରିୟୁ ବାଲବର୍ନି (କ୍ୟାପଟେନ୍‌), ଗାରେଥ ଡେଲାନି, ହ୍ୟାରି ଟେକ୍ଟର, ଲୋରକାନ୍‌ ଟକର୍‌ (ଉଇକେଟ କିପର), କାର୍ଟିସ୍‌ କ୍ୟାମ୍ପର୍‌, ଆଣ୍ଡି ମ୍ୟାକବ୍ରାଇନ୍‌, ଜର୍ଜ ଡକ୍‌ରେଲ, ମାର୍କ ଆଡେୟାର, ବ୍ୟାରି ମ୍ୟାକକାରି, ଏବଂ ଜୋଶୁଆ ଲିଟିଲ

ସୂଚନାଯୋଗ୍ୟ ଯେ ଭାରତର ସମସ୍ତ ବଡ ଖେଳାଳି ଏହି ସିରିଜରେ ଖେଳୁ ନାହାଁନ୍ତି କାରଣ ଜୁଲାଇ ୧ ରୁ ଇଂଲଣ୍ଡରେ ମଧ୍ୟ ଏକ ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଜଡିତ ଖେଳାଳିଙ୍କୁ ଆୟର୍ଲାଣ୍ଡ ଗସ୍ତରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିବେ ।

Comments (0)
Add Comment