ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆରବିସି ବୌଦ୍ଧ ଚମ୍ପିଆନ

କିଆକଟା : ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଆ ଗ୍ରାମ ଖେଳପଡିଆରେ ଚାଲିଥିବା ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଆରବିସି ବୌଦ୍ଧ ଓ କିଆକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଅନୁଷ୍ଠିତ ତିନି ମ୍ୟାଚ୍‌ ବିଶିଷ୍ଟ ମ୍ୟାଚକୁ ଆରବିସି ୨-୧ରେ କିଆକଟାକୁ ହରାଇ ଚମ୍ପିଆନ ହୋଇଥିଲା । ମ୍ୟାଚରେ ଗୁପ୍ପେନ୍ଦୁ ଶେଖର ପ୍ରଧାନ ଓ କୁରଣାକର ଦେହୁରୀ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ସଚିନ୍ମୟ ବିଶ୍ୱାଳ ସ୍କୋରର ଦାୟିତ୍ୱ ନିଭାଇଥିବା ବେଳେ ସାନ୍ତନୁ କର୍ଣ୍ଣ ଧାରା ବିବରଣୀ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଯୋଗ ଦେଇଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁମନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଞ୍ଜୀବ କର୍ମୀ, ଦୀଗାମ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଚମ୍ପିଆନ ଦଳକୁ ୧୦ହଜାର ଓ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅଫ ଦଳକୁ ଶ୍ରୀ କର୍ମୀ ୭ହଜାର ସହ ଟ୍ରଫି ପ୍ରଦାନ କରିଥିଲେ । ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମ୍ୟାନେଜର ଚିନ୍ମୟ କର୍ଣ୍ଣ, କରୁଣାକର ଦେହୁରୀ, ନିଳାମ୍ବର କର୍ଣ୍ଣ, ରାକେଶ ପ୍ରଧାନ, ନିର୍ମଳ ବେହେରା, ସୁଦର୍ଶନ କର୍ମୀ, ରୋହିତାଶ୍ୱ ବେହେରା, ସୁଜିତ କର୍ଣ୍ଣ, ପ୍ରକାଶ କର୍ଣ୍ଣ, ରାହାସ ବେହେରା, ଆଲୋକ କର୍ଣ୍ଣ, ସୁନିଲ କର୍ଣ୍ଣ, ରାକେଶ ଠଆକୁର, ପିଣ୍ଟୁ ପ୍ରଧାନ, ମଣ୍ଟୁ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment