ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ, ପ୍ରଥମ ମ୍ୟାଚରେ ଏହି ସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟି -୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଦଳ ପରିଚାଳନା ବିରାଟ କୋହଲି, ଋଷଭ ପନ୍ତ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦେଇଥିଲା । ଅନ୍ୟପକ୍ଷରେ, କେ.ଏଲ୍‌ ରାହୁଲ ଏବଂ ୱାଶିଂଟନ୍‌ ସୁନ୍ଦରଙ୍କ ଭଳି ଖେଳାଳି ଆହତ କାରଣରୁ ସିରିଜରୁ ଦୂରେଇ ଯାଇଛନ୍ତି । ସିରିଜ ଆରମ୍ଭ ହେବା ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଏବଂ ଦୀପକ ଚହରଙ୍କ ଆଘାତ ରୋହିତ ଶର୍ମାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ଦୁଇ ଖେଳାଳି ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜରେ ଦଳର ଅଂଶ ହେବେ ନାହିଁ । ରୋହିତଙ୍କ ପାଇଁ ଗୋଟିଏ ଖୁସି ଖବର ହେଉଛି ଅଭିଜ୍ଞ ବୋଲର ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ରୋହିତ କେଉଁ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହା ଦେଖିବା ମଜାଦାର ହେବ । ଆସନ୍ତୁ ଜାଣିବା ପ୍ରଥମ ଟି-୨୦ ପାଇଁ ଭାରତର ଫ୍ଲେଇଙ୍ଗ ଇଲେଭେନ ସଂପର୍କରେ..
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି -୨୦ ରେ ହୋଇଥିବା ପରୀକ୍ଷଣ ମଧ୍ୟ ରୋହିତଙ୍କ ଦ୍ୱାରା ଶ୍ରୀଲଙ୍କା ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ ରେ କରାଯାଇପାରିବ । ରୋହିତ ସେହି ସମୟରେ ନିଜକୁ ପଦୋନ୍ନତି ଦେଇଥିଲେ, ଇଶାନ କିଶନଙ୍କ ସହ ଯୁବକ ରିତୁରାଜ ଗାଇକୱାଡଙ୍କୁ ଓପନର୍‌ ଭାବରେ ଅବତରଣ କରିବାର ସୁଯୋଗ ଦେଇଥିଲେ । ଏହି ମ୍ୟାଚରେ ଗାଇକୱାଡ ସଫଳ ହୋଇନଥିଲେ, କିନ୍ତୁ ଦଳ ପରିଚାଳନା ତାଙ୍କୁ ଅଧିକ ସୁଯୋଗ ଦେବାକୁ ଚାହିଁବ । ଅନ୍ୟପକ୍ଷରେ, କୋହଲି, ସୂର୍ଯ୍ୟକୁମାର ଏବଂ ପନ୍ତଙ୍କ ଅନୁପସ୍ଥିତିରେ ରୋହିତ ନିଜେ ମିଡର ଅର୍ଡରରେ ଖେଳି ଦଳକୁ ମଜବୁତ ଦେଇପାରନ୍ତି ।


ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜର ମ୍ୟାନ ଅଫ ହୋଇଥିବା ସୁର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ସଞ୍ଜୁ ସାମସନଙ୍କୁ ମଧ୍ୟମ କ୍ରମରେ ସୁଯୋଗ ଦେଇପାରନ୍ତି । ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଦଳରେ ସାମସନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେଣୁ ରୋହିତ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଚେଷ୍ଟା କରିବେ । ଅନ୍ୟ ପଟେ, ଶ୍ରେୟସ୍‌ ଆୟର ତାଙ୍କ କାର୍ଯ୍ୟକୁ ବହୁତ ଭଲ ଭାବରେ ଜାଣିଛନ୍ତି ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜରେ ତାଙ୍କ ପ୍ରଦର୍ଶନ ଦ୍ୱାରା ବାମହାତୀ ଅଲରାଉଣ୍ଡର ଭେଙ୍କଟେଶ ଆୟର୍‌ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୧୮୦ ରୁ ଅଧିକ ଷ୍ଟ୍ରାଇକ୍‌ରେ ସେ ସମସ୍ତ ତିନୋଟି ମ୍ୟାଚ୍‌ ରେ ୯୨ ରନ୍‌ ସଂଗ୍ରହ କରିଥିଲେ । ଆୟରଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ରବିନ୍ଦ୍ର ଜାଡେଜା ସମର୍ଥନ କରିବେ ।
ଉପ-ଅଧିନାୟକ ଜସପ୍ରୀତ ବୁମ୍ରା ଦୀର୍ଘ ସମୟ ପରେ ଟି -୨୦ ଦଳକୁ ଫେରୁଛନ୍ତି । ସେ ୨୦୨୧ ମସିହାରେ ଟି -୨୦ ବିଶ୍ୱକପରେ ନାମିବିଆ ବିପକ୍ଷରେ ତାଙ୍କର ଶେଷ ଟି -୨୦ ମ୍ୟାଚ୍‌ ଖେଳିଥିଲେ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -୨୦ ରେ ଭୁବନେଶ୍ୱର କୁମାର ତାଙ୍କ ସହ ଯୋଗ ଦେବେ । ସେହିପରି ସ୍ପିନ୍‌ ବୋଲିଂ ବିଭାଗକୁ ରବି ବିଷ୍ଣୋଇ ଏବଂ ୟୁଜବେନ୍ଦ୍ର ଚହଲ ପରିଚାଳନା କରିବେ ।
ରିତୁରାଜ ଗାଇକୱାଡ, ଇଶାନ କିଶନ, ରୋହିତ ଶର୍ମା, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଭେଙ୍କଟେଶ ଆୟର, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ

Comments (0)
Add Comment