ରାଜ୍ୟଗୋଷ୍ଠୀ କ୍ରୀଡା: ପାକ୍‌ ବକ୍ସରଙ୍କୁ ହରାଇଲେ ଶିବ ଥାପା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଭାରତର ଷ୍ଟାର ବକ୍ସର ଶିବ ଥାପା । ସେ ୬୩.୫ କେଜି ବର୍ଗର ରାଉଣ୍ଡ ୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି । ସେ ଏହି ମ୍ୟାଚ୍‌ରେ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ଅର୍ଥାତ ୫-୦ରେ ବାଜିମାତ କରିଛନ୍ତି । ଏହି ମ୍ୟାଚରେ ପାକସ୍ତାନ ବକ୍ସର ସୁଲେମାନ ଯେତେ ଚେଷ୍ଟା କରି ନଥିଲେ ମଧ୍ୟ ଶିବ ଥାପାଙ୍କୁ ଅଡୁଆରେ ପକାଇବାକୁ ସକ୍ଷମ ହୋଇ ନଥିଲେ । ଶିବ ଦମଦାର ପଞ୍ଚିଂ ମାରି ସୁଲେମାନଙ୍କୁ ଧରାଶାୟୀ କରିଥିଲେ । ପ୍ରଥମ ରାଉଣ୍ଡରେ ଶିବ ଥାପାଙ୍କୁ ସମସ୍ତ ୫ ବିଚାରପତି ୫୦ ପଏଣ୍ଟ ଦେଇଥିବା ବେଳେ ସୁଲେମାନଙ୍କୁ ୪୪ ପଏଣ୍ଟ ମିଳିଥିଲା । ସେହିପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଶିବ ଥାପାଙ୍କୁ ସବୁ ଜଜ ଫୁଲ ମାର୍କ ଦେଇଥିଲେ । ତୃତୀୟ ରାଉଣ୍ଡ ଲଢେଇ ପରେ ଶିବ ଥାପା ୫-୦ରେ ମ୍ୟାଚ୍‌ ଜିତି ନେଇଥିଲେ । ଏହି ବିଜୟ ସହ ସେ ରାଉଣ୍ଡ ୧୬ ଅର୍ଥାତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

Comments (0)
Add Comment