ସିଏସକେ ଛାଡିଲେ ଫ୍ଲେମିଙ୍ଗ : ପରବର୍ତ୍ତୀ IPL ସିଜିନ୍ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ସହମତିରେ ଦେଲେ ଇସ୍ତଫା

ନୂଆଦିଲ୍ଲୀ; ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସଠାରୁ ଅଲଗା ହେଲେ ମୁଖ୍ୟ କୋଚ୍ ଷ୍ଟିଫେନ୍ ପ୍ଲେମିଙ୍ଗ୍ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ପ୍ଲେମିଙ୍ଗ୍ ସେମାନଙ୍କର ୧୮ ବର୍ଷର ପୁରୁଣା ସହଭାଗୀତା ସମାପ୍ତ କରିବାକୁ ପାରସ୍ପରିକ ରାଜି ହୋଇଛନ୍ତି । ଫ୍ଲେମିଙ୍ଗ୍ ମାର୍ଗଦର୍ଶନରେ ସିଏସ୍କେ ୫ଟି ଆଇପିଏଲ୍ ଟ୍ରଫି ଏବଂ ୨ଟି ଚାମ୍ପିଅନ୍ସ ଲିଗ୍ ଟି-ଟ୍ୱେଣ୍ଟି ଟାଇଟଲ୍ ଜିତିଛି । ଆଇପିଏଲ୍ ୨୦୨୭ ପୂର୍ବରୁ କୋଚ୍ ଚେନ୍ନାଇ ସୁପର କିଙ୍ଗସଠାରୁ ଅଲଗା ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଲଗାତାର ୩ ସିଜିନ ଧରି ଦଳ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।

ସିଏସଏକ ଛାଡିବାକୁ ନେଇ ଭାବପ୍ରବଣ ହୋଇ ଷ୍ଟିଫେନ୍ ଫ୍ଲେମିଙ୍ଗ କହିଛନ୍ତି, “କ୍ରୀଡା ଜଗତରେ ୧୮ ବର୍ଷ ହେଉଛି ଏକ ଜୀବନ । ମୁଁ ଏଠାରୁ କେବଳ କୃତଜ୍ଞତା ସହିତ ବିଦାୟ ନେଉଛି । ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୋର ସମୟ ମୋ ପ୍ରଶିକ୍ଷଣ କ୍ୟାରିୟରରେ ସର୍ବୋତ୍ତମ ସମ୍ମାନ । ଆମେ ଏଠାରେ ସ୍ମରଣୀୟ ବିଜୟ ପାଳନ ସେଲିବ୍ରେସନ୍ କରିଛୁ । କଠିନ ସମୟର ସମ୍ମୁଖୀନ ହୋଇଥିଲୁ ଏବଂ ଏପରି ସ୍ମୃତି ସୃଷ୍ଟି କରିଥିଲୁ ଯାହା ସବୁଦିନ ପାଇଁ ମୋ ସହିତ ରହିବ । ସିଏସକେ ସବୁବେଳେ ମୋ ହୃଦୟର ନିକଟତର ରହିବ, ଏବଂ ମୁଁ ଆଗକୁ ବି ଏହି ଦଳକୁ ସମର୍ଥନ କରିବି । ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ସିଏସକେ ଛାଡିବାକୁ ଏକ ଐତିହାସିକ ଯୁଗର ଅନ୍ତ ବୋଲି କୁହାଯାଉଛି ।

Comments (0)
Add Comment